Sarpanch Association strike. Photograph: (sambad.in)
ରାଇରଙ୍ଗପୁର/ବହଳଦା: ମୟୂରଭଞ୍ଜ ଜିଲ୍ଲାର ଜଣେ ବିଡ଼ିଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିଲ୍ କରିବା ନେଇ ପିସି ନେଉଥିବା ଅଭିଯୋଗ ନେଇ ସରପଞ୍ଚମାନେ କିଛି ଦିନ ପୂର୍ବରୁ ବିଡ଼ିଓଙ୍କ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ବିଡିଓ ଶରତ ମଲ୍ଲିକ ମନରେଗା ପ୍ରଜେକ୍ଟ କାମରେ ପିସି ମାଗିବା ନେଇ ବ୍ଲକର ୧୨ଟି ପଞ୍ଚାୟତର ସରପଞ୍ଚମାନେ କ୍ଷୋଭ ପ୍ରକାଶ କରି ଆଜି ବିଡିଓ କାର୍ଯ୍ୟାଳୟକୁ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ଧାରଣ ଡାକରା ଦେଇଛନ୍ତି।
ସରପଞ୍ଚମାନଙ୍କର ଅଭିଯୋଗ ଅନୁଯାୟୀ ବହଳଦା ବ୍ଲକ ବିଡିଓ ଶ୍ରୀ ମଲ୍ଲିକ ଯୋଗଦେବାଠାରୁ ଶତକଡା ୨ ପ୍ରତିଶତ ପିସି ନେଉଛନ୍ତି। ମନରେଗା କାମରେ ୨୫ ଜଣ ହିଁ କାମ କରିପାରିବେ ବୋଲି ସେ କହୁଥିବା ବେଳେ ୨୫ ଜଣରୁ ଅଧିକ ହେଲେ ଫାଇଲକୁ ଦବାଇ ରଖିଥାନ୍ତି। କାର୍ଯ୍ୟ ଦିବସରେ ଶ୍ରମିକମାନେ ପଞ୍ଚାୟତକୁ ଆସି ଅଭିଯୋଗ କରୁଛନ୍ତି ଆମ ଗାଁରେ କାହିଁକି କାମ ହେଉନାହିଁ। ପ୍ରତ୍ଯେକ ଉନ୍ନୟନମୂଳକ କାର୍ଯ୍ଯରେ ବହଳଦା ବିଡିଓ ଲାଞ୍ଚ ନେଉଛନ୍ତି। ପୁଣି ବିଡିଓ ପ୍ରତ୍ଯେକ ମନରେଗା କାର୍ଯ୍ଯରେ ବାଧା ସୁଷ୍ଟିକରୁଛନ୍ତି। ଯାହାଫଳରେ କୌଣସି ପଞ୍ଚାୟତ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ। ଏଥିନିମନ୍ତେ ବିଡିଓଙ୍କୁ ଯଶାଶୀଘ୍ର ବଦଳି କରିବା ପାଇଁ ଜୋର ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Chintan Shivir: ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି: କେନ୍ଦ୍ରମନ୍ତ୍ରୀ
ଜିଲ୍ଲାପାଳଙ୍କୁ ଦାବିପତ୍ର
ଏନେଇ ମୟୂରଭଞ୍ଜ ଜିଲ୍ଲାପାଳ ଓ ପିଡିଙ୍କୁ ଦାବିପତ୍ର ଦେଇଛନ୍ତି। ସେମାନଙ୍କ ସହିତ ବୁଝାସୁଝା କରିବା ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା ପହଞ୍ଚିଥିଲେ। କିନ୍ତୁ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଲାକ୍ରା ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳଙ୍କ ସଙ୍ଗେ କଥା ହେବେ ବୋଲି ଆଶ୍ବାସନା ଦେଇଥିଲେ। ଧାରଣାରେ ବହଳଦା ଗ୍ରାମପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ ହାଁସଦାଃ, ଅଳାଁଯୋଡ଼ି ଗ୍ରାମପଞ୍ଚାୟତ ସରପଞ୍ଚ ସଲମା ମାଝୀ, ଅସନା ଗ୍ରାମପଞ୍ଚାୟତ ସରପଞ୍ଚ ବାଲେଶ୍ବର ମୁର୍ମୁ, ଶଶ ସରପଞ୍ଚ ସ୍ଥଳପଦ୍ମା ହାଁସଦାଃ, ଯଶିପୁର ସରପଞ୍ଚ କାଶୁ ମାଝୀ, କାଂକି ସରପଞ୍ଚ ସାରଥୀ ହାଁସଦାଃ, ବଡପଳସା ସରପଞ୍ଚ ଗୀତାରାଣୀ ହେମ୍ବ୍ରମ,ବାସିଙ୍ଗି ସରପଞ୍ଚ ମାହି ମୁର୍ମୁ, ଗମ୍ଭାରିଆ ସରପଞ୍ଚ ସାଲାଇ ବେସ୍ରା, ଭିତରରାମଦ ସରପଞ୍ଚ ଖାତ୍ରୀ କିସ୍କୁ ଓ ଝରାଡିହି ସରପଞ୍ଚ ବିଜୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Dead Body Spotted: ନିଖୋଜର ଦେଢ଼ ମାସ ପରେ ମୃତଦେହ ଜଙ୍ଗଲରୁ ଉଦ୍ଧାର
Follow Us