କୁଳିଅଣା: ଆଜି ପୂର୍ବାହ୍ଣରେ ୧୮ ନମ୍ବର ଜାତୀୟ ରାଜପଥ ଦରଖୋଳି ଛକରେ ସିରିଜ ଦୁର୍ଘଟଣାରେ ଜଣେ ପିକ୍ଅପ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛିl ଆହତ ଚାଳକଙ୍କର ପରିଚୟ ମିଳିପାରି ନାହିଁ।
ପ୍ରତକ୍ଷ୍ୟଦର୍ଶୀଙ୍କ ଠାରୁ ପ୍ରକାଶ ଯେ, ପ୍ରଥମେ ଏକ ବାଲି ଟ୍ରାକ୍ଟର (ଓଡି୧୧ ଏକ୍ସ ୬୪୯୯)କୁ ପଛରୁ ଧକ୍କା ଦେଇଥିଲା (ଓଡି୦୧ଭି ୮୪୯୦) ପିକ୍ଅପ୍ ଠିକ ସେତିକିବେଳେ ଅନ୍ୟ ଏକ କଣ୍ଟେନର (ପିବି୧୩ ବିଇ ୬୯୭୬) ପିକ୍ଅପ୍କୁ ଧକ୍କା ଦେବାରୁ ଚାଳକ ଚାପି ହୋଇ ରହି ଯାଇଥିଲାl ସ୍ଥାନୀୟ ଯୁବକମାନେ ଗୁରୁତର ଆହତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଚାଳକ ବିଜୟ ନାଏକ (25)କୁ ପିଆରଏମ ମେଡିକାଲ କଲେଜ ବାରିପଦା କୁ ପଠାଇଥିଲେl କୁଳିଅଣା ଥାନା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର, ପିକ୍ଅପ୍କୁ ପୁଲିସ ଜବଦ କରି ଥାନା ପରିସରରେ ରଖିଛିl ଏହି ସିରିଜ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ମଧ୍ୟ ଆହତ ହୋଇ ବାରିପଦା ପିଆରଏମ୍ରେ ଚିକିତ୍ସାଧୀନ ଅଛନ୍ତିl
ଆହୁରି ପଢ଼ନ୍ତୁ: Woman Gets Own Land ବାର ବର୍ଷର ନ୍ୟାୟିକ ଲଢ଼େଇ ପରେ ନିଜ ଜାଗା ଫେରି ପାଇଲେ ମହିଳା
ପ୍ରକାଶଥାଉକୁ ଦରଖୋଳି ଛକରେ ବାରମ୍ବାର ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ସେଠାରେ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା କରୁ ନାହିଁ। ଦୁର୍ଘଟଣା ପ୍ରବଣ ଅଞ୍ଚଳ ବୋଲି ରାସ୍ତାରେ କୌଣସି ସୂଚନା ଫଳକ ଲଗାଉ ନାହିଁl ଏ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛିl
ଆହୁରି ପଢ଼ନ୍ତୁ: India has 180 nuclear weapons: ଭାରତ ପାଖରେ ଅଛି ୧୮୦ ପରମାଣୁ ଅସ୍ତ୍ର: ପାକିସ୍ତାନଠୁ ଆଗରେ ଓ ଚୀନଠାରୁ ବହୁ ପଛରେ ଆମ ଦେଶ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/21/kuliana-2026-01-21-15-55-55.jpg)