ଚତୁର୍ଦ୍ଧାମୂର୍ତ୍ତିଙ୍କ ମୁରୁଜକୁ ସାଂସଦଙ୍କ ଅସମ୍ମାନ ପ୍ରସଙ୍ଗ: କ୍ଷମା ପ୍ରାର୍ଥନା ଦାବି କଲା ରାଜ୍ୟ ମନ୍ଦିର ସେବାୟତ ସଂଘ

Advertisment
ଚତୁର୍ଦ୍ଧାମୂର୍ତ୍ତିଙ୍କ ମୁରୁଜକୁ ସାଂସଦଙ୍କ ଅସମ୍ମାନ ପ୍ରସଙ୍ଗ: କ୍ଷମା ପ୍ରାର୍ଥନା ଦାବି କଲା ରାଜ୍ୟ ମନ୍ଦିର ସେବାୟତ ସଂଘ

ବାରିପଦା : ୨ୟ ଶ୍ରୀକ୍ଷେତ୍ର ବାରିପଦା ଗସ୍ତରେ ଆସି ବିବାଦ ମଧ୍ୟରେ ଫସି ଯାଇଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଲିଥିବା ଏକ ଧାରଣା କାର୍ଯ୍ୟକ୍ରମରେ ଆଲୋଚନା କରିବାକୁ ଗଲାବେଳେ ସେଠାରେ ମୁରୁଜରେ ହୋଇଥିବା ତିନି ଠାକୁରଙ୍କ ପ୍ରତିମା ଉପରେ ଚଢ଼ିଯାଇଥିଲେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ। ଏନେଇ ସେ କିନ୍ତୁ କୌଣସି ଦୁଃଖ ପ୍ରକାଶ କରିନଥିଲେ କିମ୍ବା ଠାକୁରଙ୍କ ନିକଟରେ କ୍ଷମା ପ୍ରାର୍ଥନ କରିନଥିବା ଅଭିଯୋଗ କରି ଯୁବସମାଜସେବୀ ଅରୁଣ କୁମାର ବେହେରା ବାରିପଦା ଟାଉନ୍‌ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଆଜି ରାଜ୍ୟ ସେବାୟତ ସଂଘ ସଭାପତି କାମେଶ୍ବର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କର ଏତାଦୃଶ କାର୍ଯ୍ୟରେ ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଦୃଢ଼ ନିନ୍ଦା କରିଛନ୍ତି। ଏହି ପ୍ରକାର ଅଶୋଭନୀୟ ଆଚରଣ ପାଇଁ ବିଜେପି ନେତ୍ରୀ ଜଣଙ୍କ ତୁରନ୍ତ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ନିଜର ଦୋଷ ସ୍ବିକାର କରନ୍ତୁ। ନଚେତ ରାଜରାସ୍ତାରେ ତାଙ୍କୁ ବିରୋଧ କରାଯିବାବୋଲି ସେବାୟତ ସଂଘ ସଭାପତି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି। ସେହିପରି ଗତକାଲି ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ କରିଥିବା ଯୁବ ସମାଜସେବୀ ଅରୁଣଙ୍କ ନେତୃତ୍ବରେ ଜାଗ ମୟୂରଭଞ୍ଜ ଜାଗର କର୍ମକର୍ତ୍ତାମାନେ ଶ୍ରୀ ହରିବଳଦେବଜୀଉ ମନ୍ଦିର ସମ୍ମୁଖରେ ୧୦୮ ଦ୍ବୀପ ଜାଳି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଗର୍ବ ଖର୍ବ କରିବାକୁ ପ୍ରାର୍ଥନା କରାଯାଇଥିଲା। ତିନି ଠାକୁରଙ୍କ ଛବି ଉପରେ ଛଢ଼ିଯିବା ପରେ ମଧ୍ୟ ବିଜେପି ନେତ୍ରୀଜଣଙ୍କ କୌଣସି ଅନୁତାପ ପ୍ରକାଶ କରିନଥି‌ବା ଅଭିଯୋଗ କରିଛନ୍ତି ଅରୁଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe