ବାଙ୍ଗିରିପୋଷି/କଳାବାଡ଼ିଆ: ବାଙ୍ଗିରିପୋଷି ଥାନା ଅଂଚଳରେ ଗତ କିଛିଦିନ ତଳେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ବାଙ୍ଗିରିପୋଷି ଥାନାଧିକାରୀ ଚନ୍ଦନ ଘୋଡାଇ ତଦନ୍ତ ଅାରମ୍ଭ କରିଥିଲେ। ତେବେ ଉକ୍ତ ନାବାଳିକାକୁ ତାର ମାମୁ ପୁଅ ଭାଇ ଅପହରଣ କରିନେଇଥିବାର ଖବର ପାଇ ପୁଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରି ଡାକ୍ତରୀମାଇନା କରାଇଛି। ଅନ୍ୟପକ୍ଷେ ପୁଲିସ ସଂପୃକ୍ତ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି। ଏହି ଘଟଣାରେ ବାଙ୍ଗିରିପୋଷି ଥାନାରେ ୧୩୨/୧୮ ରେ ଏକ ମାମଲା ରୁଜୁ ହୋଇଛି।
ଭଉଣୀକୁ ନେଇ ଭାଇ ଫେରାର ଘଟଣା:ପୀଡ଼ିତାର ଡାକ୍ତରୀ ମାଇନା, ଭାଇ ଥାନାରେ ଅଟକ
Advertisment
Follow Us