ମୟୂରଭଂଜ: ହାତୀ ଦାନ୍ତ ଜବତ, ୬ ଅଭିଯୁକ୍ତ ଗିରଫ

ମୟୂରଭଂଜ: ହାତୀ ଦାନ୍ତ ଜବତ, ୬ ଅଭିଯୁକ୍ତ ଗିରଫ

ବାରିପଦା /ଭୁବନେଶ୍ୱର: ଘର ଭିତରୁ ହାତୀ ଦାନ୍ତ ଉଦ୍ଧାର କରାଯିବା ଘଟଣାରେ ଡିଏସ୍‌ପି ଟି.ଆର ପଟେଲଙ୍କ ନେତୃତ୍ୱରେ ଏସ୍‌ଟିଏଫ ସୋମବାର ରାତି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୟୂରଭଂଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ଅମ୍ବାଡିହ କଲୋନିର ମାଥୁରୀ ନାୟକଙ୍କ ପୁଅ ଅଗ୍ନିସାର ନାୟକ (୫୦), ଲାଲମୋହନ ନାୟକ (୪୫), ପ୍ରତାପ ନାୟକ (୪୮), ପହଲ ଦେହୁରୀଙ୍କ ପୁଅ କେଶବ ଦେହୁରୀ (୫୦), ଶ୍ରୀରାମ ନାୟକଙ୍କ ପୁଅ ଗୋପିନାଥ ନାୟକ (୪୯) ଓ ସୁବର୍ଣ୍ଣ ଦେହୁରୀଙ୍କ ପୁଅ ସେବକର (୪୨)ଙ୍କୁ ପୁଲିସ ଗିରଫ କରିଛି।

publive-image

ଚଢ଼ଉ ସମୟରେ ପୁଲିସକୁ ଅଗ୍ନିସାର ନାୟକଙ୍କ ଘରୁ ପ୍ରାୟ ୫୦୦ ଗ୍ରାମର ହାତୀ ଦାନ୍ତ ମିଳିଥିଲା। ପଚରାଉଚରା ପରେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe