ବାଙ୍ଗିରିପୋଷି: ଗଞ୍ଜେଇ ବେପାରୀଙ୍କ ପେଣ୍ଠସ୍ଥଳ ପାଲଟିଛି ମୟୂରଭଞ୍ଜ। ଗଞ୍ଜେଇ ଚୋରା ଚାଲାଣ ପାଇଁ ମୟୂରଭଞ୍ଜକୁ ସୁରକ୍ଷିତ ସ୍ଥାନ ଭାବୁଛନ୍ତି ମାଫିଆ। ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ହାତରେ ଧରା ପଡ଼ିଛନ୍ତି ଅଭିଯୁକ୍ତ ବାଙ୍ଗିରିପୋଷି ଥାନା ପୁଲିସ ଦ୍ୱାରା ପେଟ୍ରୋଲିଂ ବେଳେ ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇ ଥିବା ବେଳେ ଛଅ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିନେ଼ଇ ବାଙ୍ଗିରିପୋଷି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି।
ସୂଚନା ମୁତାବକ କିଛି ଦିନ ହେଲା ଜାତୀୟ ରାଜପଥରେ କଡ଼ାକଡ଼ି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା। ବାଙ୍ଗିରିପୋଷି ଥାନା ପୁଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ଅପରାହ୍ନରେ ପେଟ୍ରୋଲିଂ ସମୟରେ ସନ୍ଦେହ ହେବାରୁ ଏକ କାର (ଓଡି୦୫ପି୩୩୭୫)କୁ ଦ୍ଵାରଶୁଣି ଘାଟି ମଧ୍ୟରେ ଅଟକାଇ ଥିଲେ। କିନ୍ତୁ ତାହା ନ ଅଟକି ଖସି ଯାଇଥିଲା ପୁଲିସ କାରକୁ ପିଛା କରିବାରୁ ଗାଡ଼ି ଚାଳକ ଦ୍ରୁତଗତିରେ ଆସି ଘାଟି ତଳେ ଥିବା ଦଳଗୋବିନ୍ଦ ମନ୍ଦିର ନିକଟରେ ଛିଡାହୋଇଥିବା ଏକ ଟ୍ରକରେ ଧକାଦେଇଥିଲା।
କିଛି ଦିନ ହେଲା ଜାତୀୟ ରାଜପଥରେ କଡ଼ାକଡ଼ି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା। ବାଙ୍ଗିରିପୋଷି ଥାନା ପୁଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ଅପରାହ୍ନରେ ପେଟ୍ରୋଲିଂ ସମୟରେ ସନ୍ଦେହ ହେବାରୁ ଏକ କାର (ଓଡି୦୫ପି୩୩୭୫)କୁ ଦ୍ଵାରଶୁଣି ଘାଟି ମଧ୍ୟରେ ଅଟକାଇ ଥିଲେ।
ସଙ୍ଗେସଙ୍ଗେ ପିଛା କରୁଥିବା ପୁଲିସ ଟିମ କାରକୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରୁ ମୋଟ ୧କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଗାଡ଼ିକୁ ସହଯୋଗ କରୁଥିବା ଅନ୍ୟ ଏକ କାର ଓଡି୦୨ସିଜେଡ୧୧୫୭ ଚାଳକ ଓ ସହଯୋଗୀ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଟିମ ମାଡ଼ି ବସିଥିଲେ। ଉକ୍ତ କାର ଦୁଇଟିକୁ ଘଟଣାସ୍ଥଳରୁ ବାଙ୍ଗିରିପୋଷି ଥାନାକୁ ଅଣା ଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଫୁଲବାଣୀ ଜିଲ୍ଲାର ବୋଲି ସୂଚନା ମିଳିଛିl
Mayurbhanj
Follow Us