ମୟୁରଭଞ୍ଜ: କେନାଲରୁ ୮ ଫୁଟ୍‌ର ଅଜଗର ଉଦ୍ଧାର, ଚୋରା ଚାଲାଣ ସନ୍ଦେହ!

Advertisment
ମୟୁରଭଞ୍ଜ: କେନାଲରୁ ୮ ଫୁଟ୍‌ର ଅଜଗର ଉଦ୍ଧାର, ଚୋରା ଚାଲାଣ ସନ୍ଦେହ!

ବାରିପଦା: ମୟୁରଭଞ୍ଜ ଜିଲ୍ଳାର ବାରିପଦା ନିକଟ ବମ୍ବେଇ ଛକ ପାଖ ସିରିସା ଗାଁ କେନାଲରୁ ରବିବାର ଏକ ୮ ଫୁଟ ବିଶିଷ୍ଟ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର କରାଯାଇଥିବା ଅଜଗର ପାଟିରେ ସେଲୋଟେପ୍‌ ବନ୍ଧା ହୋଇଥିବାରୁ ଏହାକୁ କେହି ଚୋରା ଚାଲାଣ କରୁଥାଇପାରେ ବୋଲି ସନ୍ଦେହ ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ସ୍ନେକ ହେଲପ୍‌ଲାଇନ୍‌ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ କେନାଲକୁ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ।

କୃଷ୍ଣଚନ୍ଦ୍ର କହିଛନ୍ତି, ସାପ ମୁହଁରେ ସେଲୋଟେପ ବନ୍ଧା ଯାଇଥିଲା। ଏହା ପରେ ସେ ସାପ ମୁହଁରୁ ସେଲୋଟେପ ଖୋଲି ବନ ବିଭାଗର କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଜଗରକୁ ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଅଜଗର ମୁହଁରେ ଯେହେତୁ ସେଲୋଟେପ୍‌ ବନ୍ଧା ଯାଇଛି, ତେଣୁ ଏହାକୁ କେହି ଚୋରା ଚାଲାଣ କରୁଥାଏ ବୋଲି ସନ୍ଦେହ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe