ପୁଅର କାଠ ଫାଳିଆ ମାଡ଼ରେ ବାପା ମୃତ

ପୁଅର କାଠ ଫାଳିଆ ମାଡ଼ରେ ବାପା ମୃତ

ଉଦଳା(୧) : ଅନ୍ୟ ଜାତିର ଝିଅକୁ ବାହା ହେବାରୁ ଘରେ ଅଶାନ୍ତି ଲାଗି ରହିଥିଲା। ବାପାମା’ ସବୁବେଳେ ସ୍ତ୍ରୀ ସହ ଝଗଡା କରୁଥିଲେ। ଅନେକ ସମୟରେ ମନୋମାଳିନ୍ୟ ଲାଗି ରହିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୈତାନ ପାଲଟିଲା ପୁଅ। ବାପାଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲା। ଗତକାଲି ସନ୍ଧ୍ୟାରେ ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଏନ୍‌ଏସି ୬ନଂ ୱାର୍ଡ଼ରେ। କ୍ଷୀର ପଢ଼ିଆଳିଙ୍କୁ ତାଙ୍କ ପୁଅ ସତ୍ୟବାନ କାଠଫାଳିଆରେ ପିଟିପିଟି ମାରି ଦେଇଛି।

ସୂଚନାଯୋଗ୍ୟ ଯେ, ସନ୍ଧ୍ୟାରେ ପୁଅ ସତ୍ୟବାନ ଘରକୁ ଫେରି ନିଜ ସ୍ତ୍ରୀ କୁଆଡ଼େ ଗଲା ବୋଲି ବାପା କ୍ଷୀରଙ୍କୁ ପଚାରିଥିଲେ। ମୁ ଜାଣିନାହିଁ ବୋଲି ବାପା କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସତ୍ୟବାନ କାଠ ଫାଳିଆରେ ମୁଣ୍ଡ ଏବଂ ମୁହଁକୁ ଶକ୍ତ ପ୍ରହାର କରିଥିଲେ। ଫଳରେ ଖିର ଗରୁତରଭାବେ ଆହତ ହୋଇ ତଳେ ପଡ଼ିଯାଇଥିଲେ। କ୍ଷୀର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିବାରୁ ସ୍ତ୍ରୀ ଅମୃତି ଆସି ଦେଖି ପଡ଼ିଶା ଘର ଲୋକମାନଙ୍କୁ ଡାକିଥିଲ। ପଡିଶା ଲୋକେ ପହଞ୍ଚି ସତ୍ୟବାନକୁ କାବୁକରି ଗଛରେ ବାନ୍ଧି ପକାଇଥିଲେ। ସଙ୍ଗେସଙ୍ଗେ କ୍ଷୀରକୁ ଉଦଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପଠାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଆମ୍ବୁଲାନ୍ସରେ ଭର୍ତ୍ତି କଲାବେଳେ କ୍ଷୀରଙ୍କ ମୃତ୍ୟୁ ହୋଇଥଲା। ଖବର ପାଇ ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚ ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe