ଘାଗରବେଡ଼ା (ପ୍ରଦୀପ କୁମାର ମହାନ୍ତ):ମୟୂରଭଞ୍ଜଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ପାନପତ୍ରିୟା ଗ୍ରାମପଞ୍ଚାୟତ ଫଗୁ ଗ୍ରାମର ଅନିତା ମହାନ୍ତ ୩ ଗୋଟି ଗାଈ ରଖି ଏବଂ ଧାନ ଚାଷ କରି ସୁଚାରୁ ରୂପେ ପରିବାର ପ୍ରତିପୋଷଣ କରି ପାରୁଛନ୍ତି। ସେ ଉଚ୍ଚ ଶିକ୍ଷିତା। +୩ ପାସ କରିବା ପରେ ତାଙ୍କର ଫଗୁ ଗ୍ରାମର ତୁଳସୀ ମହାନ୍ତଙ୍କ ସହିତ ବିବାହ ହୋଇଥିଲା। ସେ ଗ୍ରାମର ମାଆ ଅମ୍ବିକା ସୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଛନ୍ତି। ତାଙ୍କ ଗ୍ରୁପ ବୁଡାମରା ପଞ୍ଜାବ ନେସନାଲ ବ୍ୟାଙ୍କ୍ ରୁ ତିନି ଲକ୍ଷ ଟଙ୍କା ଋଣ ନେଇଥିବା ବେଳେ ସେ ୩୦,୦୦୦ ହଜାର ଟଙ୍କା ନେଇଥିଲେ।

Advertisment

ତିନୋଟି ଗାଈ, ୩ଟି ବାଛୁରୀ ପାଳିଛନ୍ତି ଅନିତା 

ଅନିତା ଋଣ ଟଙ୍କାରେ ଗାଈଙ୍କ ଉପଯୁକ୍ତ ଖାଦ୍ୟ ଦେବା ସହିତ ଧାନ ଚାଷରେ ଟଙ୍କା ବ୍ୟବହାର କରିଥିଲେ। ତାଙ୍କର ତିନୋଟି ଗାଈ ଏବଂ ଦୁଇଟି ବାଛୁରୀ ଅଛନ୍ତି। ତାଙ୍କ ଏହି କାମରେ ତାଙ୍କ ସ୍ବାମୀ ତୁଳସୀ ମହାନ୍ତ ସମ୍ପୂର୍ଣ ଭାବରେ ସହଯୋଗ କରୁଛନ୍ତି। ଦିନକୁ ୨୦/୨୨ ଲିଟର କ୍ଷୀର ବିକ୍ରି କରି ଭଲ ଟଙ୍କା ରଜଗାର କରି ପାରୁଛନ୍ତି। 

ଆହୁରି ପଢ଼ନ୍ତୁ: Nuapada Election: କେବଳ ପ୍ରଚାରରେ ବିକାଶ ହେବ ନାହିଁ: ନବୀନ

ଧାନଚାଷରେ ଋଣ ଟଙ୍କାକୁ ବ୍ୟବହାର

ଅନିତା ଗାଈଙ୍କ ଗୋବରକୁ ଧାନଚାଷରେ ବ୍ୟବାହର କରୁଛନ୍ତି। ତାଙ୍କ ଧାନ ଭଲ ଅମଳ ମଧ୍ୟ ହେଉଛି। ଧାନ ଚାଷରେ ରାସାୟନିକ ସାର ଅନ୍ୟମାନଙ୍କ ତୁଳନାରେ ବହୁତ୍ କମ୍ ଦେବାକୁ ପଡୁଛି। ସେ ସୁଭଦ୍ରା ଟଙ୍କା ମଧ୍ୟ ତିନୋଟି କିସ୍ତି ପାଇଥିବା ଟଙ୍କାକୁ ମଧ୍ୟ ଗାଈଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରିଛନ୍ତି। ଅନିତା ମହାନ୍ତ ପାନପତ୍ରୀୟା ଗ୍ରାମ ପଞ୍ଚାୟତର ଏମବିକେ ମଧ୍ୟ ଅଛନ୍ତି।

ଆହୁରି ପଢ଼ନ୍ତୁ: Nitin Gadkari In Bhubaneswar: ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ