ମୟୂରଭଞ୍ଜ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ହଷ୍ଟେଲରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ

Advertisment
ମୟୂରଭଞ୍ଜ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ହଷ୍ଟେଲରୁ  ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ  କାର୍ଯ୍ୟରତ ଜଣେ ଅଧ୍ୟାପିକା ଛାତ୍ରୀ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହୋଇଥିବା ନେଇ ଉକ୍ତ ଅଧ୍ୟାପିକାଜଣକ ପୁଲିସ ନିକଟରେ ଅଭିଯୋଗ କରିବାର ଏକ ମାସ ବିତି ଯାଇଥିଲେ ବି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ଫଳରେ ଅଧ୍ୟାପିକା ଜଣକ ଗତକାଲି ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜର ପଦାର୍ଥ ବିଜ୍ଞାନ ବିଭାଗର ଜନୈକା ଅଧ୍ୟାପିକା  ଗତକାଲି ହଷ୍ଟେଲ ଭିତରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଅଧ୍ୟାପିକାଙ୍କୁ କେଉଁଝରର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଅଭିଯୋଗ କରିଥିଲେ । ଏନେଇ ସେ ଅକ୍ଟୋବର ୩୦ତାରିଖରେ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ। ମାମଲା ମଧ୍ୟ ରୁଜୁ ହୋଇଥିଲା। ହେଲେ ମାସେ ଯାଏଁ ପୁଲିସ କୌଣସି ପଦକ୍ଷେପ ନନେବାରୁ ଅଭିଯୁକ୍ତର ଉପଦ୍ରବ ବଢିଥିଲା।

publive-image Image Source-- aajtak

ଅଭିଯୁକ୍ତ ଦୁଷ୍କର୍ମ ବେଳର ଫଟୋ ଭାଇରାଲ କରିବା ସହ ହତ୍ୟା ଧମକ ଦେଇଥିଲା । ଏ ସଂପର୍କରେ ପୁଲିସ ନିକଟରେ ବାରମ୍ଵାର ଅଭିଯୋଗ କରିଥିଲେ ମଧ୍ୟ ସେଥିରୁ କୌଣସି ସୁଫଳ ନ ମିଳିବାରୁ  ପୀଡ଼ିତା କଲେଜ ହଷ୍ଟେଲ ଭିତରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe