ବେତନଟୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ହାତଗୋଡ଼ ବନ୍ଧା ଅବସ୍ଥା‌ରେ ଯୁବକ ଉଦ୍ଧାର

Advertisment

ମୁହଁରେ ଛୁରି ଦେଇ କନା ବିଣ୍ଡା ମରା ଯାଇଥିଲା :ଘର ଭିତର ଓ ବାହାର ବନ୍ଦ ରହିବାକୁ ନେଇ ସନ୍ଦେହ

ମୁହଁରେ ଛୁରି ଦେଇ କନା ବିଣ୍ଡା ମରା ଯାଇଥିଲା :ଘର ଭିତର ଓ ବାହାର ବନ୍ଦ ରହିବାକୁ ନେଇ ସନ୍ଦେହ

ବେତନଟୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ହାତଗୋଡ଼ ବନ୍ଧା ଅବସ୍ଥା‌ରେ ଯୁବକ ଉଦ୍ଧାର

ବେତନଟୀ: ଏକ ବନ୍ଦ ଘର ଭିତରୁ ଆଜି ଜଣେ ଯୁବକଙ୍କୁ ମୁହଁ ଓ ହାତଗୋଡ଼ି ବନ୍ଧାଥିବା ଅବସ୍ଥାରେ ଉଦ୍ଧାର କରାଯିବା ପରେ ବେତନଟୀ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କିଏ ଓ କାହିଁକି ଯୁବକ ଜଣକୁ ଏମିତି ଅବସ୍ଥାରେ ଘରେ ବନ୍ଦ କରି ରଖିଥିଲା ତାକୁ ନେଇ କୌତୂହଳ ସୃଷ୍ଟି ହୋଇଥିବାବେଳେ କିଛି ଦୁର୍ବୃତ୍ତ ତା’ ନିକଟରୁ ଲୁଟପାଟ କରିବା ପରେ ଏମିତି ଅବସ୍ଥାରେ ବାନ୍ଧି ରଖିଥିଲେ ବୋଲି ସୂଚନା ମିଳିଛି। ତେବେ ବେତନଟୀ ପୁଲିସ ଯୁବକକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ ବେତନଟୀ ଥାନା ଅଧୀନ ଶୁଖିଲାହାର ବନ୍ଧ ନିକଟରେ ଥିବା ନିତ୍ୟାନନ୍ଦ ମହାନ୍ତଙ୍କ ଘରର ଏକ ଅଂଶକୁ ଭଡ଼ାରେ ନେଇଥିବା ବାଲେଶ୍ୱର ଗୁଡିପଦାର ସରୋଜିନୀ ମାଝୀ ଗଡ଼ଦେଉଳିଅାର ଭାରତୀ ମହାନ୍ତଙ୍କୁ ସିଲାଇ କାର୍ଯ୍ୟ ପାଇଁ ଦେଇଥିଲେ। ଗତ ଦୁର୍ଗାପୂଜା ବେଳୁ ଘରଟି ବନ୍ଦ ଥିଲା। ଅାଜି ସରୋଜିନୀ ଅାସି ଦେଖିଲା ବେଳକୁ ଘରର ବାହାର ତାଲା ପଡ଼ିଥିବାବେଳେ ଭିତରୁ ମଧ୍ୟ ବନ୍ଦ ଥିଲା। ତେବେ ଘର ବାହାରେ ହଳେ ଜୋତା ଥିବାର ଦେଖି ଏବଂ ଭିତରୁ ଘର କେମିତି ବନ୍ଦ ହେଲା ବୋଲି ଭାବି ସରୋଜିନୀ ଘର ମାଲିକକୁ ଖବର ଦେଇଥିଲେ। ଖବର ପାଇ ଘର ମାଲିକ ନିତ୍ୟାନନ୍ଦ ମହାନ୍ତ ଓ ଅନ୍ୟମାନେ ପହଞ୍ଚିଥିଲେ। ଘରର ଅାଜ୍‌ବେଷ୍ଟସ୍ ଖୋଲି ଦେଖିବା ବେଳକୁ ଜଣେ ଯୁବକ ଘର ମଧ୍ୟରେ ଥିବାର ଦେଖା ଯାଇଥିଲା। ପରେ ଦ୍ୱାର ଖୋଲି ପଶିବା ପରେ ଯୁବକଟି ହାତଗୋଡ଼ ବନ୍ଧା ଅବସ୍ଥାରେ ଶାଢ଼ି ଢଙ୍କା ହୋଇ ରହି ଥିବାର ଦେଖିବାକୁ ମିଳିଥିଲା। ଏପରିକି ଯୁବକର ପାଟିରେ ଛୁରି ଦେଇ ବନ୍ଧା ଯାଇଥିଲା।  ଏ ନେଇ ସରୋଜିନୀ ବେତନଟୀ ଥାନାରେ ଲିଖିତ ଭାବେ ଜଣାଇବା ପରେ ବେତନଟୀ ପୁଲିସ ଯୁବକକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।
ଉଦ୍ଧାର ଯୁବକ ଜଣକ ପ୍ରକୃତ୍ରିସ୍ଥ ହେବା ପରେ ସେ ଧନପୁରର ରବୀନ୍ଦ୍ରନାଥ ମହାନ୍ତଙ୍କ ପୁଅ ସରୋଜ ମହାନ୍ତ ବୋଲି କହିଥିଲା। ଦିନକ ପୂର୍ବରୁ ସେ ଯାତ୍ରା ଦେଖିବାକୁ ଅାସିଥିଲାବେଳେ ଶୌଚ ହେବାକୁ ଶୁଖିଲାହାର ବନ୍ଧକୁ ଯାଇଥିଲେ। ଏତିକିବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଧରି ତାଙ୍କ ପର୍ସରେ ଥିବା ୩୦୦ ଟଙ୍କା ଓ ଅନ୍ୟାନ ସାମଗ୍ରୀ ନେଇ ତାଙ୍କୁ ବାନ୍ଧି ପକାଇ ଗୋଟିଏ ବୁଦା ମୂଳେ ଫିଙ୍ଗି ଦେଇଥିଲେ ା ପରେ ସେ ଆଉ କିଛି ଜାଣି ନଥିବାର ପ୍ରକାଶ କରିଛନ୍ତି ା ତେବେ ସମ୍ପୂର୍ଣ୍ଣ ଘଟଣାକୁ ଅନୁଧ୍ୟାନ କରିବା ପରେ ଘଟଣାର ପ୍ରଚ୍ଛଦ ପଟରେ ଅନ୍ୟ କିଛି ରହସ୍ୟ ରହି ଥିବାର ପୁଲିସ ସନ୍ଦେହ କରୁଛି ା ଘଟଣାର ତଦନ୍ତ ହେବା ପରେ ଅସଲ କଥା ପଦାକୁ ଅାସିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe