ରାଇରଙ୍ଗପୁରର ମୁଖ୍ୟ ବସ୍‌ଷ୍ଟାଣ୍ଡରେ ସ୍ୱଚ୍ଛଭାରତ ମିସନ ଫେଲ୍‌

Advertisment

ସ୍ୱଚ୍ଛତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡେଙ୍ଗୁରା ବଜାଉଛନ୍ତି। ସ୍ୱଚ୍ଛତା ନିମନ୍ତେ ସହର ଓ ଗ୍ରାମାଂଚଳର ବିଭିନ୍ନ ସ୍ଥାନରେ ନିଶୁଳ୍କ ଶୌଚାଳୟ ଓ ସ୍ନାନାଗାର ନିର୍ମାଣ କରାଯାଇଛି। କିନ୍ତୁ ଜନସାଧାରଣ ଏଥିରୁ ଲାଭ ଉଠାଇ ପାରୁନଥିବା ଅଭିଯୋଗ ହେଉଛି।

ସ୍ୱଚ୍ଛତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡେଙ୍ଗୁରା ବଜାଉଛନ୍ତି। ସ୍ୱଚ୍ଛତା ନିମନ୍ତେ ସହର ଓ ଗ୍ରାମାଂଚଳର ବିଭିନ୍ନ ସ୍ଥାନରେ ନିଶୁଳ୍କ ଶୌଚାଳୟ ଓ ସ୍ନାନାଗାର ନିର୍ମାଣ କରାଯାଇଛି। କିନ୍ତୁ ଜନସାଧାରଣ ଏଥିରୁ ଲାଭ ଉଠାଇ ପାରୁନଥିବା ଅଭିଯୋଗ ହେଉଛି।

Rairangpur Bus stand

Rairangpur Bus stand Photograph: (Sambad )

ରାଇରଙ୍ଗପୁର: ସ୍ୱଚ୍ଛତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡେଙ୍ଗୁରା ବଜାଉଛନ୍ତି। ସ୍ୱଚ୍ଛତା ନିମନ୍ତେ ସହର ଓ ଗ୍ରାମାଂଚଳର ବିଭିନ୍ନ ସ୍ଥାନରେ ନିଶୁଳ୍କ ଶୌଚାଳୟ ଓ ସ୍ନାନାଗାର ନିର୍ମାଣ କରାଯାଇଛି। କିନ୍ତୁ ଜନସାଧାରଣ ଏଥିରୁ ଲାଭ ଉଠାଇ ପାରୁନଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳୁଛି ମୟୂରଭଂଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ରାଇରଙ୍ଗପୁର ପୌରପରିଷଦରେ ଥିବା ମୂଖ୍ୟ ବସ୍‌ଷ୍ଟାଣ୍ଡରେ। ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ କିଛିବର୍ଷ ପୂର୍ବରୁ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କରାଯାଇଥିଲା। ବସ୍‌ଷ୍ଟାଣ୍ଡକୁ ଆସୁଥିବା କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସମେତ ପଡ଼ୋଶୀ ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରୁ ମଧ୍ୟ ବହୁ ବସ୍ ଚଳାଚଳ କରିଥାଏ।

ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଉନ୍ନତମାନର ଯାତ୍ରୀନିବାସ, ଯାତ୍ରୀ ପ୍ରତିକ୍ଷାଳୟ, ଶୌଚାଳୟ ଓ ଭେଣ୍ଡିଂଜନ୍ ପ୍ରଭୃତି ନିର୍ମାଣ କରାଯାଇଥିଲା। ସରକାର ଯାତ୍ରୀଙ୍କ ନିମନ୍ତେ ବିଭିନ୍ନ ସୁବିଧା କରିଥିଲେ ମଧ୍ୟ ଯାତ୍ରୀମାନେ ସେଥିରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପୌରପରିଷଦ ଦ୍ୱାରା ପରିଚାଳିତ ବସ୍‌ଷ୍ଟାଣ୍ଡରେ ଥିବା ସୁଲଭ ଶୌଚାଳୟ ଓ ସ୍ନାନାଗାର। ଉକ୍ତ ସୁଲଭ ଶୌଚାଳୟ ଓ ସ୍ନାନାଗାରକୁ ସୁଲଭ ଇନ୍ଟରନେସନାଲ୍ ସୋସିଆଲ ସର୍ଭିସ୍ ଅର୍ଗାନାଇଜେସନ୍‌, ଓଡ଼ିଶା, ଭୁବନେଶ୍ୱର ଶାଖାକୁ ଦାୟିତ୍ୱ ଦିଆଯାଇଛି। ସମସ୍ତ ଯାତ୍ରୀ, ବସଷ୍ଟାଣ୍ଡର କର୍ମଚାରୀ, ବସ୍ କର୍ମଚାରୀ ଓ ଦୋକାନୀମାନେ ନିଶୁଳ୍କରେ ଉଭୟ ଶୌଚାଳୟ ଓ ସ୍ନାନାଗାର ବ୍ୟବହାର କରିବାର ନିୟମ ରହିଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ସୁଲଭ ଶୌଚାଳୟ ଓ ସ୍ନାନାଗାରକୁ ସୁଲଭ ଇନ୍ଟରନେସନାଲ୍ ସୋସିଆଲ ସର୍ଭିସ୍ ଅର୍ଗାନାଇଜେସନ୍‌ର କର୍ମଚାରୀ ଯାତ୍ରୀମାନଙ୍କ ଠାରୁ ଶୌଚ ଓ ସ୍ନାନ ନିମନ୍ତେ ୧୦ ରୁ ୨୦ ଟଙ୍କା ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି।

ପରିସ୍ରାଗାର ନିମନ୍ତେ ସୁଲଭ ଶୌଚାଳୟ ଓ ସ୍ନାନାଗାରର ବାହାରେ ପରିସ୍ରାଗାର ନିର୍ମାଣ କରାଯାଇଛି। କିନ୍ତୁ ତାହା ବ୍ୟବହାର ଯୋଗ୍ୟ ହୋଇ ପାରୁନି। କାହିଁକି ନା ବାହାରେ ଶୌଚ, ପରିସ୍ରା ସହିତ ସ୍ଥାନୀୟ ଦୋକାନୀମାନେ ଅଦରକାରୀ ପୋଚାସଢ଼ା ଜିନିଷକୁ ସେଠାରେ ପକାଉଛନ୍ତି। ଫଳରେ ସେଠାକାର ପରିବେଶ ମଧ୍ୟ ଦୂଷିତ ହୋଇପଡୁଛି। ସେହି ପାର୍ଶ୍ବରେ ନୂତନ ଯାତ୍ରୀ ପ୍ରତିକ୍ଷାଳୟ ଥିଲେ ମଧ୍ୟ ଦୁର୍ଗନ୍ଧ ଯୋଗୁଁ ଯାତ୍ରୀମାନେ ସେଠାରେ ବସୁନାହାଁନ୍ତି। ଉକ୍ତ ଯାତ୍ରୀ ବିଶ୍ରାମଗାର ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବିଶେଷ କରି ମହିଳାଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। 

ସୁଲଭ ଶୌଚାଳୟ ଓ ସ୍ନାନାଗାର ସମ୍ବନ୍ଧରେ ପୌରପରିଷଦର ଦାୟିତ୍ୱରେ ଥିବା କର୍ମଚାରୀ ସ୍ୱାଧୀନ ଦ୍ୱାରୀଙ୍କ ସହିତ ଯୋଗାଯୋଗ କରିବାରୁ ତାହା ସମ୍ପୂର୍ଣ ନିଶୁଳ୍କ ବ୍ୟବହାର କରାଯିବା କଥା ଯଦି କର୍ମଚାରୀମାନେ ଯାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ଶୌଚାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମାସିକ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ପୌରପରିଷଦ ପକ୍ଷରୁ ଦିଆଯାଇଥାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe