ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଲୋପ ହେବାକୁ ବସିଥିବା ଆଦିବାସୀଙ୍କ ପୁରାତନ ତଥା ପାରମ୍ପରିକ କାତି ଖେଳ। ଆଧୁନିକତାର ସ୍ପର୍ଶରେ ପରିଚୟ ହରାଉଥିବା କାତିଖେଳକୁ ପ୍ରତ୍ସାହିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଟାଟା ଷ୍ଟିଲ। ଆଦିବାସୀ ଅଧୁସ୍ସିତ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଜାଗାରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ହୋଇଛି କାତି ପ୍ରିମିୟର ଲିଗ।
ଦିନେ ଆଦିବାସୀଙ୍କ ମୁଖ୍ୟ ଖେଳ ଥିଲା କାତି ଖେଳ। ଗାଁ ଗାଁ ମଧ୍ୟରେ ହେଉଥିଲା ଏହି ପୁରାତନ ପାରମ୍ପରିକ କାତି ଖେଳ। ଆଉ ଖେଳ ମାଧ୍ୟମରେ ବଢୁଥିଲା ବନ୍ଧୁତାର ନିବିଡ଼ତା। କାଠରେ ନିର୍ମିତ ଅର୍ଦ୍ଧଚନ୍ଦ୍ର କାତିକୁ ବାଡ଼ିରେ ଖେଳାଯାଏ। ଚାରିରାଉଣ୍ଡ ଖେଳ ହେଉଥିବା ବେଳେ ପ୍ରତିଦ୍ବନ୍ଦୀ ଦଳର କାତିକୁ ବଜାଇବା ଟାର୍ଗେଟକୁ ହିଁ ପଏଣ୍ଟ ଭାବେ ନିଆଯାଇଥାଏ। ଆଧୁନିକତାର ସ୍ପର୍ଶରେ ଲୋପ ପାଇବାକୁ ବସିଲାଣି ଏହି କାତି ଖେଳ। କାତି ଦେଖିବାକୁ ମିଳୁନଥିବା ବେଳେ ଖେଳାଳିଙ୍କ ମଧ୍ୟରେ ମଧ୍ୟ ସେଭଳି ଆଉ ଉତ୍ସାହ ଦେଖିବାକୁ ମିଳୁନାହିଁ।
ଆହୁରି ପଢ଼ନ୍ତୁ: Poverty କଟକରୁ ସ୍ବାମୀଙ୍କ ମୃତଦେହ ଆଣିବାକୁ ବାଟ ପାଉନାହାନ୍ତି ପତ୍ନୀ
ଆଦିବାସୀଙ୍କ ପାରମ୍ପରିକ କାତି ଖେଳ କୁ ପ୍ରତ୍ସାହିତ କରିବା ନେଇ ପ୍ରୟାସ ଚଳାଇଛି ଟାଟା ଷ୍ଟିଲ ଫାଉଣ୍ଡେସନ। ଚଳିତ ବର୍ଷ ବିଭିନ୍ନ ଜାଗାରେ ଏହି କାତି ଖେଳ ଖେଳାଯାଉଥୁବା ବେଳେ ବିଜାତଳା ବ୍ଲକ ମିରୁଡ଼ି ଗାଁ ରେ ଅନୁଷ୍ଠିତ ଖେଳରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଜାମଦା ବ୍ଲକର 'ଗୁଡ଼ୁତା' କାତି ଟିମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା 'ଜିଆଳ ଟାଣ୍ଡିଦା'। ଚଳିତ ବର୍ଷ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଜାତଳା ବ୍ଲକର ରେଙ୍ଗାଳବେଡା, ବାଙ୍କୀ, ତୁଳସିବଣୀ ରାଇରଙ୍ଗପୁର ବ୍ଲକର ଚାପଲ, ଜାମଦା ବ୍ଲକର ପାସନା ଏବଂ ବହଳଦା ବ୍ଲକର ଭିତରାମଦା ଓ ଷଷ ଗାଁ ରେ ଏହି ଖେଳ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଅଛି। ଏହି ଖେଳକୁ ପରିଚାଳନା କରୁଛନ୍ତି ଟାଟା ଷ୍ଟିଲ ଫାଉଣ୍ଡେସନର ରାମଚନ୍ଦ୍ର ଟୁଡୁ, ଶିବନାରାୟଣ ହେମ୍ବ୍ରମ ଏବଂ ବୀରେନ ତିୟୁ। ନିଆରା ଏହି ପୁରାତନ କାତି ଖେଳକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଥିବାବେଳେ ଆଦିବାସୀଙ୍କ ଏହି କାତି ଖେଳଟିକୁ ଭାରତ ସରକାରଙ୍କ କ୍ରୀଡା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।
Follow Us