ବାରିପଦା : ଆଜି ବାରିପଦା ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଲାଞ୍ଚୁଆ ଶିକ୍ଷକଙ୍କୁ ବର୍ଷେ ଜେଲ୍ ସହିତ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ ରହିଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।
୨୦୧୩ ମସିହାରେ ଶିକ୍ଷକ ଅଜୟ କୁମାର ବିଶ୍ୱାଳ ବେତନଟୀ ଡିଆଇ ଅଫିସରେ ଡେପୁଟେସନରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ସେ ସାନକେରେକ ମଧ୍ୟଇଂରାଜି ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର କରଙ୍କ ପ୍ରୋଭିଜିନାଲ୍ ପେନ୍ସନ୍ ବିଲ୍ କରାଇଦେବାକୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ୨ ହଜାର ଦେବାକୁ କଥା ଛିଣ୍ଡିଥିଲା।
୨୦୧୩ ଫେବୃଆରି ୨୩ ତାରିଖରେ ଅଜୟ କୁମାର ବିଶ୍ୱାଳ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପୁଲିସ ହାତରେ ଧରାପଡ଼ିଥିଲେ। ଏନେଇ ଏକ ମାମଲା (ଭିଜିଆର୍ କେସ ନଂ ୬/୨୦୧୩) ରୁଜୁ କରାଯାଇଥିଲା। ଆଜି ଭିଜିଲାନ୍ସ ଜଜ୍ ତାରା ପ୍ରସାଦ ରଥ ଏହାର ବିଚାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଶତପଥୀ ମାମଲା ପରିଚାଳନା କରିଥିଲେ।
Follow Us