Advertisment

ଆଦିବାସୀ ଛାତ୍ରୀଙ୍କୁ ନେଇ ବିଲରେ କାମ କରାଉଥିଲେ ଶିକ୍ଷୟିତ୍ରୀ, ୩ ମାସ ପାଇଁ ନିଲମ୍ବିତ

Advertisment

ବନ୍ଦ ଡାକରା ଦିନ ସ୍କୁଲରୁ ଛାତ୍ରୀଙ୍କୁ ନେଇ ବିଲରେ କାମ କରାଇଲେ ଶିକ୍ଷୟିତ୍ରୀ। ବି‌ଲରେ ତଳି ପକାଉଥିଲେ ଛାତ୍ରୀ। ବିଶେଷ ସୂତ୍ରରୁ ଖବର ପାଇଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ।

ବନ୍ଦ ଡାକରା ଦିନ ସ୍କୁଲରୁ ଛାତ୍ରୀଙ୍କୁ ନେଇ ବିଲରେ କାମ କରାଇଲେ ଶିକ୍ଷୟିତ୍ରୀ। ବି‌ଲରେ ତଳି ପକାଉଥିଲେ ଛାତ୍ରୀ। ବିଶେଷ ସୂତ୍ରରୁ ଖବର ପାଇଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ।

New Project (29) (1)

ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା। ସର୍ବଶିକ୍ଷା ଅଭିଯାନର ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ବଦଳରେ ଛାତ୍ରୀଙ୍କୁ ଜଣେ ଶିକ୍ଷୟିତ୍ରୀ ନିଜ ବିଲରେ ତଳି ପକାଇବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଭଳି ଅଭାବନୀୟ ଘଟଣା ଘଟିଛି।

ଗତବର୍ଷ ମଧ୍ୟ ଜାମଦା ବ୍ଲକ ମାନବିର ଆଶ୍ରମ ସ୍କୁଲର ଜଣେ ଛାତ୍ରୀଙ୍କର କଟକ ବଡ଼ମେଡିକାଲରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଆଶ୍ରମ ସ୍କୁଲ୍ ତାଙ୍କ ମୃତଦେହ ଗୋଟିଏ କାରର ଡିକିରେ ଆଣିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଯାହାକୁ ସମସ୍ତେ ନିନ୍ଦା କରିଥିଲେ। ସେହି ଘଟଣା ଶାନ୍ତ ନହେଉଣୁ ପୁଣି ଶିକ୍ଷା ବିଭାଗରେ ଦାଗ ଲାଗିଛି।

ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଜାମଦା ବ୍ଳକ୍ କାଣ୍ଡସର ଆଶ୍ରମ ବିଦ୍ୟାଳୟର ଛାତ୍ରୀ ନିବାସରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ୩ ଜଣ ଛାତ୍ରୀଙ୍କୁ ଛାତ୍ରୀନିବାସରୁ ବାହାର କରି ୫ କିମି ଦୂର ଗାଁରେ ବିଲ କାମରେ ଲଗେଇଛନ୍ତି ଶିକ୍ଷୟିତ୍ରୀ ଦୁବଲୋତା ବେହେରା।

ଉକ୍ତ ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ କିମ୍ବା ଛାତ୍ରୀ ନିବାସର ୱାର୍ଡନ ପାଖରେ ମଧ୍ୟ ଖବର ନଥିବା ସୂଚନା ମିଳିଛି। ଶିକ୍ଷୟତ୍ରୀଙ୍କ ବିଲରେ କାମ କରୁଥିବା ସମୟରେ ଛାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ ଚନ୍ଦ୍ର ନାଏକ ଏବଂ ଅଭିରାମ ନାଏକ। ଜାଣିବାକୁ ମିଳିଛି ଯେ ଛାତ୍ରୀମାନଙ୍କୁ ପୋଖରୀ ହିଡ ତଳେ ଲୁଚାଇ ରଖିବାକୁ ପ୍ରୟାସ କରିଥିଲେ ଶିକ୍ଷୟିତ୍ରୀ।

ଏହି ଘଟଣାକୁ ନେଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡବ୍ଲୁଇଓ। ଏଭଳି ଲଜ୍ଜାଜନକ ଓ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ମୟୂରଭଂଜ ଜିଲ୍ଲା ଜାମଦା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ରାଇରଙ୍ଗପୁର ସମନ୍ୱିତ ଆଦିବାସୀ ବିଭାଗ ଦ୍ଵାରା ପରିଚାଳିତ କାଣ୍ଡସର ଆବାସିକା ଛାତ୍ରୀ ନିବାସରେ।

ସ୍କୁଲର କାର୍ଯ୍ୟରତ ଶିକ୍ଷୟିତ୍ରୀ ଦୁବଲୋତା ବେହେରା ଗତକାଲି ୩ ଜଣ ଛାତ୍ରୀଙ୍କୁ ଛାତ୍ରୀ ନିବାସରୁ ନେଇ ନିଜ ଘର ରାଇରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ହଳଦା ଗ୍ରା.ପର ଡାହାଣୀମାରି ଗ୍ରାମକୁ  ଯାଇଥିଲେ ଏବଂ ବିଲରେ ଧାନ ତଳି ରୁଆ କାର୍ଯ୍ୟ କରାଉଥିଲେ।

ବିଶେଷ ସୂତ୍ରରୁ ଖବର ପାଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏସ. କେ ମୁନ୍ନୀରୁଦିନ୍ ଏବିଇଓଙ୍କୁ ଖବର ଦେବା ପରେ ଏବିଇଓ ପ୍ରତାପ ଚନ୍ଦ୍ର ନାଏକ ଓ ଅଭିରାମ ନାଏକ ଡାହାଣୀମାରି ଗ୍ରାମକୁ ଯାଇ ୩ ଜଣ ଛାତ୍ରୀଙ୍କୁ ବିଲରୁ ଉଦ୍ଧାର କରି ଏକ ଅଟୋ ଯୋଗେ ଛାତ୍ରୀନିବାସକୁ ଫେରାଇ ନେଇଥିଲେ। ଏହି ସମୟରେ ବିଦ୍ୟାଳୟ ପରିସରରେ ଗ୍ରାମବାସୀ, ଅଭିଭାବକ ଓ ଡବ୍ଲୁଇଓ ସୁଭାଶିଷ ଦାସ ପହଞ୍ଚି ଥିବାବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।  ଡବ୍ଲୁଇଓ କହିଛନ୍ତି କି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଛାତ୍ରୀ ନିବାସରୁ ନେଇଥିବା ୩ ଜଣ ଛାତ୍ରୀ ହେଲେ ଅଷ୍ଟମ ଶ୍ରେଣୀର ଶିବାନୀ ଟୁଡୁ,ଦୀପିକା ସୟ ଓ  ରାନୀ ସୟ। ତେବେ ଗୋଟିଏ ପଟେ ନାରୀ ସୁରକ୍ଷା ପାଇଁ ରାଜ୍ୟ ସାରା ବନ୍ଦ ପଡିଥିବା ବେଳେ ନିରୀହ ଆଦିବାସୀ ଛାତ୍ରୀଙ୍କୁ ଛାତ୍ରୀନିବାସରୁ ଅସୁରକ୍ଷିତ ଭାବରେ ବିଲରେ ନେଇ କାମ କରାଉଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରାଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଥିବା ନେଇ ବିଇଓ ସୁରେଶ ମୁଣ୍ଡା ପ୍ରକାଶ କରିଛନ୍ତି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe