୧୦ ମାସ ପରେ ଭକ୍ତ ଭଗବାନ ମିଳନ, ଜିଲ୍ଲାରେ ଖୋଲିଲା ସମସ୍ତ ମଠ ମନ୍ଦିର

ଶ୍ରୀହରିବଳଦେବଜୀଉ ମନ୍ଦିରରେ ଭକ୍ତଙ୍କୁ ବଣ୍ଟାଗଲା ରସଗୋଲା

୧୦ ମାସ ପରେ ଭକ୍ତ ଭଗବାନ ମିଳନ, ଜିଲ୍ଲାରେ ଖୋଲିଲା ସମସ୍ତ ମଠ ମନ୍ଦିର

ବାରିପଦା : ପ୍ରାୟ ୧୦ମାସ ପରେ ମୟୂରଭଞ୍ଜରେ ଭକ୍ତ ଭଗବାନଙ୍କ ମିଳନ ଘଟିଛି। କରୋନା କାରଣରୁ ଦୀର୍ଘ ୧୦ମାସ ହେବ ଜିଲ୍ଲାରେ ସମସ୍ତ ମଠ ମନ୍ଦିର ବନ୍ଦ ଥିଲା। ଆଜି ଜିଲ୍ଲା ପ୍ରଶାସନ ଦର୍ଶନ ପାଇଁ ମନ୍ଦିର ଖୋଲିବାକୁ ଅନୁମତି ଦେଇଛନ୍ତି। ଫଳରେ ଦୀର୍ଘ ମାସ ପରେ ଭଗବାନଙ୍କୁ ଦର୍ଶନ କରି ଭକ୍ତ ବିଭୋର ହୋଇଛନ୍ତି।

ଆଜି ଏ ନେଇ ୨ୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀହରିବଳଦେବଜୀଉ ମନ୍ଦିର, ମା ଅମ୍ବିକା ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ଭିଡ଼ ଲାଗିଥିଲା। କରୋନା କଟକଣା ମଧ୍ୟରେ ଦର୍ଶନ ହୋଇଥିଲା। ଆଜି ଦେବାଳୟ ଖୋଲୁଥିବାରୁ କିଛି ଭକ୍ତଙ୍କ ପକ୍ଷରୁ ଦର୍ଶନାର୍ଥୀଙ୍କ ନିମ‌ନ୍ତେ ପ୍ରସାଦ ବଣ୍ଟନର ବ୍ୟବସ୍ଥା ‌ମଧ୍ୟ ହୋଇଥିଲା। ସେହିପରି ଜଗନ୍ନାଥ ମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ଭାବେ ପ୍ରଦୀପ ପ୍ରଜ୍ଜ୍ବଳନର ବ୍ୟବସ୍ଥା ହୋଇଥିଲା।

ଶ୍ରୀହରିବଳଦେବଜୀଉଙ୍କ ମନ୍ଦିରକୁ ଫୁଲରେ ସଜ୍ଜିତ କରାଯାଇଥିଲା। ଭକ୍ତଙ୍କୁ ଏଠାରେ ସନ୍ଧ୍ୟାରେ ରସଗୋଲା ମଧ୍ୟ ବଣ୍ଟନ କରାଯାଇଥିଲା। ଦୀର୍ଘଦିନରୁ ବନ୍ଦ ଥିବା ଭାଗବତ ପଠନ ମଧ୍ୟ ଆଜି ହୋଇଥିଲା। ଆଜି ସକାଳୁ ୨ୟ ଶ୍ରୀକ୍ଷେତ୍ରରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ଦେବାଳୟଗୁଡ଼ିକରେ ଭିଡ଼ ଜମିଥିଲା। ଭକ୍ତ ଏବଂ ସେବାୟତମ‌ାନେ ଆଜି ମନ୍ଦିର ଖୋଲିବା ପରେ ବେଶ୍‌ ଖୁସି ଜାହିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe