ମୟୁରଭଞ୍ଜ: ଅଜଣା ଗାଡ଼ି ଧକ୍କାରେ ବାପା-ମା’-ଝିଅ ମୃତ

Advertisment
ମୟୁରଭଞ୍ଜ: ଅଜଣା ଗାଡ଼ି ଧକ୍କାରେ ବାପା-ମା’-ଝିଅ ମୃତ

ବେତନଟୀ: ଜାତୀୟ ରାଜପଥ ୧୮ ନମ୍ବରରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବାପା-ମା’-ସାନ ଝିଅ ଜୀବନ ହାରିଛନ୍ତି। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ପୁରୁଣାପାଣି ଛକ ନିକଟରେ ଏକ ଧାନ ବୋଝେଇ ଟ୍ରାକ୍ଟର (ଓଆର ୧୧ଏ ୯୪୪୦) ବାଇକ (ଓଡି୧୧କେ ୪୨୬୨)କୁ ଶକାତ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe