ବେତନଟୀ (ଦୀପକ କୁମାର ସିଂହ): ଗତ ୧ତାରିଖ ବିଳମ୍ବିତ ରାତିରେ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଶାଲିମାର ସୁପରଫାଷ୍ଟ ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ଆଜି କାର୍ଯ୍ୟାନୁଷ୍ଠାନ ନେଇଛି। ହାତୀ ମୃତ୍ୟୁ ଘଟଣାରେ ଜଣେ ବନପାଳ ଏବଂ ୨ ଜଣ ବନରକ୍ଷୀ ନିଲମ୍ବିତ ହୋଇଛନ୍ତି। ବେତନଟୀ ରେଞ୍ଜ ଅଧୀନ ଆଗ୍ରିଆ ରେଳଫାଟକ ନିକଟରେ ଏକ ବିଶାଳକାୟ ଦନ୍ତାହାତୀର ମୃତ୍ୟୁ ଘଟଣାରେ ବନବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏଥିରେ ବେତନଟା ହେଡକ୍ୱାର୍ଟର ବନପାଳଙ୍କ ସମେତ ଦୁଇଜଣ ବନରକ୍ଷୀଙ୍କୁ ନୀଳମ୍ବନ କରାଯାଇଛି।
ଆହୁରି ପଢ଼ନ୍ତୁ: IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଫେରିଲେ ରିଷଭ ପନ୍ତ
ସୂଚନା ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ. ପ୍ରକାଶଚାନ୍ଦ ଗୋଗିନେନି ନିଜର କାର୍ଯ୍ୟାଳୟ ନିର୍ଦେଶରେ ହାତୀଚଳାଚଳକୁ ନେଇ ରେଳବିଭାଗ ସହିତ ସମନ୍ବୟ ରକ୍ଷା କରିନଥିବା ତଥା ହାତୀ ପରିଚାଳନା ଦାୟିତ୍ୱରେ ଅବହେଳା ପ୍ରଦର୍ଶନ ପାଇଁ ଚାକିରୀରୁ ନିଳମ୍ବନ କରିଛନ୍ତି। ସେହିପରି ନିଳମ୍ବନ ସମୟରେ ବାରିପଦା ବନଖଣ୍ଡ ଅଧୂକାରୀଙ୍କ କାର୍ଯ୍ୟାଳୟ ନୀଳମ୍ବିତ ବନପାଳ ପ୍ରଦୀପ ଦେହୁରୀଙ୍କ ହେଡ କ୍ୱାର୍ଟର ଧାର୍ଯ୍ୟ କରାଯାଇଥିବା ନେଇ ନୀଳମ୍ବନ ଆଦେଶରେ ଉଲ୍ଲେଖ କରାଯାଇଛି। ଏଥିସହିତ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ନିଳମ୍ବିତ ବନପାଳ ପ୍ରଦୀପ ଦେହୁରୀଙ୍କୁ ହେଡ ହେଡକ୍ୱାର୍ଟର ଛାଡି ଯିବାକୁ ମଧ୍ୟ ବାରଣ କରାଯାଇଛି। ଅନୁରୂପ ଭାବେ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦଚନ୍ଦ୍ର ବିଶ୍ଵାଳ ମଧ୍ୟ ହାତୀ ପରିଚାଳନା ନା ଦାୟିତ୍ବରେ ଅବହେଳା ଏବଂ ରେଳବିଭାଗ ସହିତ ସମନ୍ଵୟ ରକ୍ଷା କରିବାରେ ବିଫଳ ହୋଇଥିବାରୁ ନଡପୁର ବନରକ୍ଷୀ ହୃଶୀକେଶ ବେହେରା ଓ ଯୁଗଳ ବନରକ୍ଷୀ ଜୟନ୍ତୀ ପାତ୍ରଙ୍କୁ କାର୍ଯ୍ୟାଳୟ ନିର୍ଦେଶ ଅନୁଯାୟୀ ଚାକିରିରୁ ନୀଳମ୍ବନ କରିଛନ୍ତି। ଏଥିସହିତ ଉଭୟ ନିଳମ୍ବିତ ବନରକ୍ଷୀଙ୍କ ଉପସ୍ଥାନ ହେଡକ୍ୱାର୍ଟର ବେତନଟୀ ରେଞ୍ଜ କାର୍ଯ୍ୟାଳୟ ଉଲ୍ଲେଖ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ବିନା ଅନୁମତିରେ ଉଭୟଙ୍କୁ ରେଞ୍ଜ କାର୍ଯ୍ୟାଳୟ ଛାଡି ଯିବାକୁ ବାରଣ କରାଯାଇଛିl
ଆହୁରି ପଢ଼ନ୍ତୁ: Political Drama: ଭୋଟ ପୂର୍ବରୁ ୧୧ ଆସନରେ ବଡ଼ ଖେଳ: ବିହାରରେ ରାଜନୈତିକ ଝଡ଼
ସୂଚନାଯୋଗ୍ୟ, ଶାଲିମାର ଟ୍ରେନ ଦୁର୍ଘଟଣାରେ ଦନ୍ତାହାତୀର ମୃତ୍ୟକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଗକୁ ତଦନ୍ତରେ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ତୃଟି କିମ୍ବା ଅବହେଳା ସାମ୍ନାକୁ ଆସିଲେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/05/baisinga-2025-11-05-22-17-39.jpg)