ବାରିପଦା ରେଳ ଷ୍ଟେସନ‌ ସମ୍ମୁଖରେ ପୁଣି ଉଡିଲା ତ୍ରିରଙ୍ଗା

ଅମ୍ଫାନ୍‌ ପାଇଁ ଖୋଲିଦିଆଯାଇଥିଲା

ହର ଘର ତିରଙ୍ଗା ଅଭିଯାନ : ଆସନ୍ତା ୧୫ ତାରିଖ ଯାଏଁ ଛୁଟିଦିନ ସହିତ ସବୁଦିନ ଖୋଲା ରହିବ ଡାକଘର

ବାରିପଦା : ଗତ ମେ ମାସରେ ଆସିଥିବା ଅମ୍ଫାନ୍‌ ବାତ୍ୟା ସମୟରେ ବାରିପଦା ରେଳ ଷ୍ଟେସନ‌ ସମ୍ମୁଖରେ ଲାଗିଥିବା ଜାତୀୟ ପତାକାକୁ ରେଳ ବିଭାଗ ପକ୍ଷରୁ ଖୋଲିନିଆଯାଇଥିଲା । ମାତ୍ର ଅମ୍ଫାନ୍‌ ବାତ୍ୟା ବିତିଯିବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ପୁନର୍ବାର ବାରିପଦା ରେଳ ଷ୍ଟେସନ ଆଗରେ ଆମର ଗର୍ବ ଜାତୀୟ ପତାକାକୁ ଲଗାଇବାକୁ ସଂପୃକ୍ତ ସଂସ୍ଥା କିମ୍ବା ରେଳ ବିଭାଗ ଦାୟିତ୍ବସମ୍ପନ୍ନତା ପ୍ରକାଶ କରିନଥିଲେ।

publive-image

ତେବେ ଯୁବଶକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ପୁନର୍ବାର ଜାତୀୟପତାକା ସଂଯୋଗ କରାଯାଇଛି। ଯୁବସମାଜସେବୀ ସତ୍ୟଜିତ ଦାସଙ୍କ ସମେତ ଶତାଧିକ ଯୁବଗୋଷ୍ଠୀ ଏନଇେ ବାରିପଦା ଷ୍ଟେସନ୍‌ ମ୍ୟାନେଜର୍‌ଙ୍କୁ ଏକ ପତ୍ର ଲେଖିଥିଲେ। ଜାତୀୟତାର ଗର୍ବ ତଥା ଆମର ସ୍ବାଭିମାନ ଜାତୀୟ ପତାକାକୁ ରେଳ ବିଭାଗ ପକ୍ଷରୁ ପୁନର୍ବାର ସଂଯୋଗ କରାଯାଇଛି। ଯାହାକି ସମଗ୍ର ମୟୂରଭଞ୍ଜବାସୀଙ୍କ ପାଇଁ ଖୁସି ଆଣିଦେଇଛି। ଉଲ୍ଲେଖଯୋଗ୍ୟଯେ ବାଲେଶ୍ବର ଆଇଓଡବ୍ଲ୍ୟୁ ଏହି ଜାତୀୟ ପତାକାର ମେଣ୍ଟେନାନ୍ସ୍‌ ଦାୟିତ୍ବରେ ଅଛି। ପତାକା ଲାଗିଥିବା ଖମ୍ବର ଫାଉଣ୍ଡେସନ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ମରାମତି କରାଯାଇଛି। ତେବେ ଯୁବଶକ୍ତିଙ୍କ ଉଦ୍ୟମରେ ଜାତୀୟ ପତାକା ପୁନର୍ବାର ସଂଯୋଗ ହେବା ଆନନ୍ଦର ବିଷୟ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe