ବୈଶିଙ୍ଗାରେ ୨୩୦ ଫୁଟର ବିରାଟ ତ୍ରିରଙ୍ଗା ପତାକାକୁ ନେଇ ଶୋଭାଯାତ୍ରା

Advertisment
ବୈଶିଙ୍ଗାରେ ୨୩୦ ଫୁଟର ବିରାଟ ତ୍ରିରଙ୍ଗା ପତାକାକୁ ନେଇ ଶୋଭାଯାତ୍ରା

ବୈଶିଙ୍ଗା:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତାର  ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଏବଂ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗାର ଆହ୍ୱାନ ଦେଇଥିବା ବେଳେ ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନମଣ୍ଡଳୀର ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ବୈଶିଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଆ ଶିବମନ୍ଦିର ନିକଟରୁ ବାହାରି ବସଷ୍ଟାଣ୍ଡ ଦେଇ ୧୮ନଂ ଜାତୀୟ ରାଜପଥ ପାର କରି ମହୁରୀ ଛକ ନିକଟରେ ପହଞ୍ଚିଥିଲା ବିଶାଳ ପଦଯାତ୍ରା । ଏହି ଅବସରରେ ୨୩୦ଫୁଟ ଲମ୍ବର ଏକ ବିଶାଳ ତ୍ରିରଙ୍ଗାକୁ ପଦଯାତ୍ରାରେ ସାମିଲ କରାଯାଇଥିଲା।

ଦୁଇ ଶହରୁ ଉର୍ଦ୍ଧ୍ୱ ଜନସାଧାରଣ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ ଏଥିରେ। ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନସାଧାରଣଙ୍କୁ ୫୦୦ରୁ ଉର୍ଦ୍ଧ୍ୱ ଜାତୀୟ ପତାକା ବଣ୍ଟନ କରାଯାଇଥିଲା। ଏହି ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ  ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ବ୍ରଜମୋହନ ବେହେରା, ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, ସୁଦର୍ଶନ ନାୟକ, ଲକ୍ଷ୍ମୀଧର ଦଣ୍ଡପାଟ, ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ, ଯୁବମୋର୍ଚା ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ସାମିଲ ହୋଇଥିଲେ।  ସୁରକ୍ଷା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଅନ୍ୟାନ୍ୟ ପୁଲିସ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିଲେ। ତେବେ ବୈଶିଙ୍ଗାରେ ପ୍ରଥମକରି ତରଙ୍ଗାୟିତ ହୋଇଥିବା ୨୩୦ଫୁଟ ଲମ୍ବର ଜାତୀୟ ପତାକାକୁ ନେଇ ତ୍ରିରଙ୍ଗା ପଦଯାତ୍ରାର ଆୟୋଜନ ହୋଇଥିବାରୁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe