ରାଇରଙ୍ଗପୁର ଏବିଭିପି ପକ୍ଷରୁ ୫୦୦ ଫୁଟର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ରାଇରଙ୍ଗପୁର ଏବିଭିପି ପକ୍ଷରୁ ୫୦୦ ଫୁଟର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କଲେଜ ଓ ହଷ୍ଟେଲ ଛାତ୍ରଛାତ୍ରୀମାନେ ୫ ଶହ ଫୁଟର ବିଶାଳ ତ୍ରିରଙ୍ଗା ଧରି ରାଇରଙ୍ଗପୁର ସହର ମଧ୍ୟରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ। ରାଇରଙ୍ଗପୁର ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀମାନେ ଭାରତର ଜାତୀୟ ପତାକା ହାତରେ ଧରିବା ସହିତ ୫ ଶହ ଫୁଟ ଲମ୍ବର ତ୍ରିରଙ୍ଗା ଧରି ପଦଯାତ୍ରାରେ ବାହାରିବା ସ‌ହିତ ଭାରତ ମାତା କି ଜୟ, ବନ୍ଦେ ମାତରଂ, ହିନ୍ଦୁସ୍ଥାନ ଜିନ୍ଦାବାଦ ପ୍ରଭୃତି ସ୍ଲୋଗାନ ଦେଇ ଚାଲିଚାଲି ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ଥିଲେ।
ଦେଶକୁ ସ୍ବାଧୀନ କରିବା ପାଇଁ ଦେଶର ବୀର ପୁରୁଷ ତଥା ସ୍ବାଧୀନତା ସଂଗ୍ରାମୀମାନଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ପାଇଁ ଏବିଭିପି ପକ୍ଷରୁ ଏହି ତ୍ରିରଙ୍ଗା ପଦଯାତ୍ରାର ଆୟୋଜନ କରାଯାଇଥିଲା।ଏହି ତ୍ରିରଙ୍ଗା ପଦଯାତ୍ରାରେଏବିଭିପିର ସଚ୍ଚିକାନ୍ତ ବାରିକ, ଓମ୍ ମହାନ୍ତ, ହରେକୃଷ୍ଣ ମହାନ୍ତ, ଭବାନୀ ଶଙ୍କର ମହାନ୍ତ, ଚିନ୍ମୟ ବାରିକ, ଲିଙ୍ଗରାଜ ସେଠୀ ଓ ପରମେଶ୍ବର ବେହେରାଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe