ଦୁଆରଶୁଣି ଘାଟିରେ ସିରିଜ୍ ଦୁର୍ଘଟଣା: ଟ୍ରକ୍‌କୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ୍‌

Advertisment

ଦୁର୍ଘଟଣାର ଶିକାର ହୋଇ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ୍‌ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟିରେ ଶୁକ୍ରବାର ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

ଦୁର୍ଘଟଣାର ଶିକାର ହୋଇ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ୍‌ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟିରେ ଶୁକ୍ରବାର ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

TRUCK ACCIDENT

TRUCK ACCIDENT Photograph: (sambad.in)

ବାଙ୍ଗିରିପୋଷି: ଦୁର୍ଘଟଣାର ଶିକାର ହୋଇ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି ଅନ୍ୟ ଏକ ଟ୍ରକ୍‌। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟିରେ ଶୁକ୍ରବାର ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। 

ପୂର୍ବରୁ ଦୁର୍ଘଟଣାର ଶିକାର ହୋଇ ଛିଡ଼ା ହୋଇ ଥିବା ଏକ ଆଇରନ ବୋଝେଇ ଟ୍ରକ୍‌କୁ ପଛରୁ ଏକ ଟ୍ରକ୍‌ (ଡବ୍‌ଲ୍ୟୁବି ୨୩ ଡି ୬୨୫୯) ଧକ୍କା ଦେଇଥିଲା। ଟ୍ରକ୍‌ଟି ରାୟପୁରରୁ କୋଲକାତା ଯାଉଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଟ୍ରକର କ୍ୟାବିନ୍‌ ଅନ୍ୟ ଏକ ଟ୍ରକ୍‌ ପଛରେ ପଶି ଯାଇଥିଲା। ଫଳରେ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଯାଇଥିଲେ। 

ପୂର୍ବରୁ ଦୁର୍ଘଟଣାର ଶିକାର ହୋଇ ଛିଡ଼ା ହୋଇ ଥିବା ଏକ ଆଇରନ୍‌ ବୋଝେଇ ଟ୍ରକ୍‌କୁ ପଛରୁ ଏକ ଟ୍ରକ୍‌ (ଡବ୍ଲ୍ୟୁବି ୨୩ ଡି ୬୨୫୯) ଧକ୍କା ଦେଇଥିଲା। ଟ୍ରକ୍‌ଟି ରାୟପୁରରୁ କୋଲକାତା ଯାଉଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଟ୍ରକର କ୍ୟାବିନ୍‌ ଟ୍ରକ୍‌ ପଛରେ ପଶି ଯାଇଥିବାରୁ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଯାଇଥିଲେ। 

ଏନେଇ ସୂଚନା ପାଇବା ପରେ ତୁରନ୍ତ ଦମକଳ ବାହିନୀ, ପୁଲିସ ପହଞ୍ଚି କଟର ସହାୟତାରେ ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବାରିପଦା ପଠାଯାଇଛି। ପୁଲିସ କହିବା ଅନୁସାରେ ଡ୍ରାଇଭର ତଥା ମାଲିକ ହରପ୍ରିତ ସିଂ (୪୦) ଓ ହେଲପର ପୁରନ ସିଂ (୩୩)ଙ୍କ ଘର ପଞ୍ଜାବର ହରକେପଟାଙ୍ଗ ଥାନା ସରହଲିମଣ୍ଡ ଓ ତରଙ୍ଗତାରଙ୍ଗ ଗ୍ରାମ ବୋଲି ଜଣାପଡ଼ିଛି। 

Accident | Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe