ଭଗବାନ ମୋତେ ଠିକ ସମୟରେ ବିପଦରୁ ଉଦ୍ଧାର କରି ଆଣିଛନ୍ତି

Advertisment

ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଲାଗିଥିବା ନିଆଁରେ ଟେଲିଭିଜନ ଅଭିନେତ୍ରୀ ରୁପାଲ ତ୍ୟାଗି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୁପାଲ ଦୁଇମାସର ଛୁଟି ନେଇ ଲସ୍ ଆଞ୍ଜେଲସ ଯାଇ ଥିଲେ। 

ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଲାଗିଥିବା ନିଆଁରେ ଟେଲିଭିଜନ ଅଭିନେତ୍ରୀ ରୁପାଲ ତ୍ୟାଗି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୁପାଲ ଦୁଇମାସର ଛୁଟି ନେଇ ଲସ୍ ଆଞ୍ଜେଲସ ଯାଇ ଥିଲେ। 

wewe

ନୂଆଦିଲ୍ଲୀ: ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଥିବା ୨୫ ମାଇଲ (୪୦ କିଲୋମିଟର) ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨,୦୦୦ରୁ ଅଧିକ ଘର ଓ କୋଠା ପୋଡ଼ି ଯାଇଛି। ପାଖାପାଖି ଦେଢ଼ ଲକ୍ଷ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଲାଗିଥିବା ନିଆଁରେ ଟେଲିଭିଜନ ଅଭିନେତ୍ରୀ ରୁପାଲ ତ୍ୟାଗି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୁପାଲ ଦୁଇମାସର ଛୁଟି ନେଇ ଲସ୍ ଆଞ୍ଜେଲସ ଯାଇ ଥିଲେ। 

ଅଧିକପଢ଼ନ୍ତୁ:କିଏ କହିଲା ମୋର କେହି ନାହାନ୍ତି: ପ୍ରେମ ନେଇ ମନୀଷା କୋଇରାଲା ଖୋଲିଲେ ଗୁମର

ଏହି ଭୟାବହ ଅଗ୍ନିକାଣ୍ଡକୁ ‌ନେଇ ରୁପାଲ ତ୍ୟାଗୀ କହିଛନ୍ତି, ‘ଯେଉଁ ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସେହି ସ୍ଥାନରେ କିଛିଦିନ ପୂର୍ବରୁ ମୁଁ ଥିଲି। ଏବଂ ବିଶ୍ବାସ କରି ପାରୁନାହିଁ କି ଏସ୍ଥାନ ଆଖିପିଛୁଳାକେ ଏଭଳି ଭାବେ ଜଳିପୋଡ଼ି ପାଉଁଶ ହୋଇଯିବ।

ଶୁଖିଲା ପଡ଼ିଥିବା ଜଙ୍ଗଲରେ ନିଆଁ ଲାଗିବା ସାଧାରଣ କଥା। କିନ୍ତୁ ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିବ ଏକଥା କେହି ସ୍ବପ୍ନରୁ ସୁଦ୍ଧା ଚିନ୍ତା କରି  ନଥିଲେ। ମୁଁ ଲସ୍ ଆଞ୍ଜେଲସ ସହରରୁ ‌ଫେରୁଥିବା ବେଳେ ବିମାନରେ ବସିଥିବା ଅବସ୍ଥାରେ ସହରରୁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲି।

ଅଧିକପଢ଼ନ୍ତୁ:ଅର୍ଥନୀତିକୁ ମାଲାମାଲ କରିବ ମହାକୁମ୍ଭ, ୧% ବଢିବ ଜିଡିପି

ଏହି ଧୁଆଁକୁ ଦେଖି ଭାବୁଥିଲି କ’ଣ ହେଉଛି। ଏପରି ଭାବନା ଭିତରେ ମୁଁ ମୁମ୍ବାଇ ପହଞ୍ଚି ଯାଇଥିଲି। ମୁମ୍ବାଇ ପହଞ୍ଚିବା ପରେ ଜାଣିଲି ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅନେକ ଲୋକଙ୍କ ଘର ଜଳି ପାଉଁଶ ହୋଇଯାଇଛି। ଏମିତି ବିପଦରୁ ମୋତେ ଉଦ୍ଧାର କରି ଆଣିଥିବାରୁ ମୁଁ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe