Attack: ତହସିଲଦାରଙ୍କୁ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତ ଗିରଫ

୧୮ନଂ ଜାତୀୟ ରାଜପଥ ତୁଳସୀଚଉରା ଢ଼ାବା ନିକଟରେ ବାଲିମାଫିଆଙ୍କ ସଂଙ୍ଘବଦ୍ଧ ଆକ୍ରମଣରେ ବେତନଟୀ ତହସିଲଦାର ଓ ଚାଳକ ଆହତ ହୋଇଥିବା ବେଳେ ଅନ୍ୟ ତିନିଜଣ କର୍ମଚାରୀ ମଧ୍ୟ ବାଲିମାଫିଆଙ୍କ ଦୁର୍ବ୍ୟବହାରର

Baisinga

Baisinga of Mayurbhanj district. Photograph: (sambad.in)

ବୈଶିଙ୍ଗା (ଦୀପକ କୁମାର ସିଂହ): ୧୮ନଂ ଜାତୀୟ ରାଜପଥ ତୁଳସୀଚଉରା ଢ଼ାବା ନିକଟରେ ବାଲିମାଫିଆଙ୍କ ସଂଙ୍ଘବଦ୍ଧ ଆକ୍ରମଣରେ ବେତନଟୀ ତହସିଲଦାର ଓ ଚାଳକ ଆହତ ହୋଇଥିବା ବେଳେ ଅନ୍ୟ ତିନିଜଣ କର୍ମଚାରୀ ମଧ୍ୟ ବାଲିମାଫିଆଙ୍କ ଦୁର୍ବ୍ୟବହାରର ଶିକାର ହୋଇଛନ୍ତିl ମୟୂରଭଂଜ ଜିଲ୍ଲା ବେତନଟୀରେ ନୂଆକରି ଦାୟିତ୍ୱ ଗ୍ରହଣ କରିଥିବା ତହସିଲଦାର ଚନ୍ଦ୍ରଜିତ ବେହେରା କୌଣସି କାମରେ ଯାଉଥିବା ସମୟରେ ମଙ୍ଗଳବାର ଅପରାହ୍ନ ଚାରିଟା ପାଖାପାଖି ସମୟରେ ବେତନଟୀ ଜେଏମଏଫସି କୋର୍ଟ ନିକଟରେ ମୁକ୍ତାପୁର ଗ୍ରାମର ଯଦୁନାଥ ଜେନାଙ୍କ ପୁଅ ସୁନୀଲ ଲେଙ୍କା ନାମରେ ପଞ୍ଜିକୃତ ବାଲି ବୋଝେଇ ଟ୍ରାକ୍ଟର (ଓଡି-୧୧ଏଇ-୩୨୩୪) ଜବତକରି ବେତନଟୀ ପୁଲିସକୁ ହସ୍ତାନ୍ତର କରିଥିଲେl 

ତେବେ ଏଥିରେ ପ୍ରତିଶୋଧ ପରାୟଣ ହୋଇ ପାଖାପାଖି ୧୫ଜଣ ବାଲିମାଫିଆ ସଂଗଠିତ ହେବାସହିତ ମଙ୍ଗଳବାର ସନ୍ଧ୍ୟା ୬ଟା ପାଖାପାଖି ସମୟରେ ୧୮ନଂ ଜାତୀୟ ରାଜପଥର ତୁଳସୀଚଉରା ଢ଼ାବା ନିକଟରେ ତହସିଲଦାର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଅଟକାଇ ସଂଘବଦ୍ଧ ଆକ୍ରମଣ କରିବା ସହିତ ଦୁର୍ବ୍ୟବହାର କରିଥିଲେl ବାଲିମାଫିଆଙ୍କ ଆକ୍ରମଣରେ ତହସିଲଦାରଙ୍କ ଗାଡିଚାଳକ ନିହାର ରଞ୍ଜନ ବିଶ୍ୱାଳଙ୍କର ମୁଣ୍ଡ ଫାଟି ଥିବା ଗୁରୁତର ଥିବାବେଳେ ତହସିଲଦାର ଚନ୍ଦ୍ରଜିତ ବେହେରା ମଧ୍ୟ ଆହତ ହୋଇଛନ୍ତିl ଏହି ସମୟରେ ତହସିଲଦାରଙ୍କ ସହିତ ଉପସ୍ଥିତ ଥିବା ରେଭିନ୍ୟୁ ସୁପରଭାଇଜର ହେମକାନ୍ତ ମହାନ୍ତ, ଯୁଗୁପୁରା ରାଜସ୍ବ ନିରୀକ୍ଷକ ସଞ୍ଜୀବ ମହାନ୍ତ, ସତ୍ୟବ୍ରତ ନାୟକ ପ୍ରମୁଖଙ୍କୁ ମାଡିବସି ମାରଧର କରିଥିଲେl ଖବରପାଇ ବେତନଟୀ ପୁଲିସ ଟିମ ସଙ୍ଗେ ସଙ୍ଗେ ପହଞ୍ଚି ତହସିଲଦାର ଏବଂ ଆହତ ଚାଳକଙ୍କ ସମେତ ସମସ୍ତ କର୍ମଚାରୀ ମାନଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେl

ଆହୁରି ପଢ଼ନ୍ତୁ: Tehsildar's powers increased: ତହସିଲଦାରଙ୍କ କ୍ଷମତା ବଢ଼ିଲା: ପଟ୍ଟା ସଂଶୋଧନ ସହଜ ହେବ, କବଲା, ଜମିଜମା ରେକର୍ଡ ସଂଶୋଧନ କରିପାରି‌ବେ

ଏକାଧିକ ସ୍ଥାନରେ ଚଢ଼ଉ

ଏନେଇ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ବେତନଟୀ ଥାନାରେ ଏତଲା ଦାଏର କରିଥିବା ବେଳେ ବେତନଟୀ ଏସଡ଼ିପିଓ ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ଆଇଆଇସି ସସ୍ମିତା ମହାନ୍ତଙ୍କ ସମେତ ଏକାଧିକ ଟିମ୍‌ ବାଲି ମାଫିଆଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛିl ଅନ୍ୟପଟେ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ମୟୂରଭଞ୍ଜ ଉପଜିଲ୍ଲପାଳ ଦୟାସିନ୍ଧୁ ପରିଡ଼ା ବେତନଟୀ ଥାନାରେ ପହଁଚିସ୍ଥିତି ଅନୁଧ୍ୟାନ କରୁଛନ୍ତିl  ଏବେ ସୁଦ୍ଧା ଏହି ମାମଲାରେ ଜଡିତ ୨ମୁଖ୍ୟ ଅଭିଯୁକ୍ତ ବଡ଼ସାହି ଥାନା ବର୍ତ୍ତନା ଗ୍ରାମର ପ୍ରଶାନ୍ତ ଗାଆଣ ଓ ତାଙ୍କ ସହଯୋଗୀ ସୁଶାନ୍ତ ଗାଆଣଙ୍କୁ ଗିରଫ କରିଛି ପୁଲିସl ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସଡିପିଓଙ୍କ ନେତୃତ୍ୱରେ ବଡ଼ସାହି ଓ ବେତନଟୀ ପୁଲିସର ଏକାଧିକ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତିl

ଆହୁରି ପଢ଼ନ୍ତୁ: ତାମିଲନାଡୁ ଖଟିବାକୁ ଯାଇଥିଲେ ମୟୂରଭଂଜର ଯୁବକ, ଘରକୁ ଫେରୁଛି ଶବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe