ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା:୧ ମୃତ,୧ ଆହତ

Advertisment
ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା:୧ ମୃତ,୧ ଆହତ

ବଡ଼ସାହି: ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି-ବେତନଟୀ ରାସ୍ତାର ବାଘମରା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡିଛି। ବିପରୀତ ଦିଗରୁ ଆସିଥିବା ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଏହି ଅଘଟଣ ଘଟିଥିଲା। ଖବର ପାଇ ବେତନଟୀ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାକୁ ନେଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ଆହତ ବ୍ୟକ୍ତିର ପରିଚୟ ଜଣା ପଡି ନଥିବାବେଳେ ମୃତକ ଜଣକ ହେଲେ ବଡ଼ସାହି ଥାନା ଅଧୀନସ୍ଥ ଦୁର୍ଗାପୁର ପଂଚାୟତର ବିଦାଖୁଣ୍ଟା ଗ୍ରାମର ଜୟନ୍ତ ମହାନ୍ତ ଓରଫ ତପନ। ବଡ଼ସାହି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଉଭୟ ବାଇକ୍‌କୁ ଜବତ କରି ତଦନ୍ତ ଜାରି ରଖିଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe