ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୁଣ୍ଡାଠାକରା ଗ୍ରାମପଞ୍ଚାୟତର ଚାଡ୍ରିପାହାଡ଼ି ଗ୍ରାମରେ ଦୁଇଜଣ ନାବାଳକ ଗ୍ରାମ ନିକଟସ୍ଥ ପୋଖରୀ ବୁଡ଼ିଯାଇଛନ୍ତି। ମୃତ ନାବାଳକମାନେ ହେଲେ ସୁବୋଧ ମୁର୍ମୁ (୭) ଓ ସାକିଲା ସିଂ ହାଂସଦା (୯)।
ଏହି ଖବର ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ଇସ୍ତଫା ଦେଲେ ସବୁ ମନ୍ତ୍ରୀ
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୁଣ୍ଡାଠାକରା ଗ୍ରାମପଞ୍ଚାୟତର ଚାଡ୍ରିପାହାଡ଼ି ଗ୍ରାମରେ ସୁବୋଧ ମୁର୍ମୁ ଓ ସାକିଲା ସିଂ ହାଂସଦା ଆଜି ମଧ୍ୟାହ୍ଣରେ ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି ଆରମ୍ଭ କରିଥିଲେ। ପୋଖରୀରେ ଯାଇ ଦେଖିଲା ବେଳକୁ ପ୍ରଥମେ ଗୋଟିଏ ଶିଶୁଙ୍କ ମୃତଦେହ ପାଣିରେ ଭାସୁଥିଲା। ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଏହି ଖବର ପଢ଼ନ୍ତୁ: ଆତ୍ମସମର୍ପଣ କରିବେ ୧୫୦ରୁ ଊର୍ଦ୍ଧ୍ବ ମାଓବାଦୀ
ଅଗ୍ନିଶମ ବାହିନୀ ପୋଖରୀ ପହଞ୍ଚି ଦୁଇ ନାବାଳକଙ୍କ ଶବକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ପୁଲିସ ଏବଂ ଅଗ୍ନିଶମ ବାହିନୀ ଶବ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଛନ୍ତି। ଶବ ବ୍ଯବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ସୁବୋଧଙ୍କ ବାପା-ମା’ ଉଭୟ ବାଙ୍ଗାଲୋର କୁ ଦାଦନ ଖଟିବାକୁ ଯାଉଥିବା ସୂଚନା ମିଳିଛି । ଘଟଣାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଦୁଇଟି ଭିନ୍ନ ଭିନ୍ନ କେସ ନଂ ୧୮/୨୫ ଓ ୧୯/୨୫ରେ ଦୁଇଟି ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଦୁଇ ନାବାଳକଙ୍କ ମୃତ୍ୟୁ ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Mayurbhanj | minor boys