ହାତୀ ଉପରକୁ ନିଆଁହୁଳା ଫିଙ୍ଗିବା ଘଟଣା: ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

ହାତୀ ଉପରକୁ ନିଆଁହୁଳା ଫିଙ୍ଗିବା ଘଟଣା: ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

କରଞ୍ଜିଆ: ହାତୀ ଉପରକୁ ନିଆଁହୁଳା ଫିଙ୍ଗିବା ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀ କାର୍ଯ୍ୟରୁ ବହିଷ୍କୃତ ହୋଇଛନ୍ତି। ଦୁଇ ଅସ୍ଥାୟୀ ବନ କର୍ମଚାରୀ ହେଲେ ଦୀପକ ମୁଣ୍ଡା ଓ ବାପି ମାଝୀ। ଏନେଇ ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ୨୩ଟିକିଆ ହାତୀପଲ ଗତ କିଛି ଦିନ ହେବ ତାଣ୍ଡବ ରଚୁଛନ୍ତି। ସେମାନଙ୍କୁ ଘଉଡ଼ାଇବା ଲାଗି ବନବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ଦୁଧିଆଣି ରେଞ୍ଜ୍ ଅଧୀନରେ ଥିବା ବଡ଼ଗୁମା ଗାଁରେ ବନ କର୍ମଚାରୀ ଦୀପକ ମୁଣ୍ଡା, ବାପି ମାଝୀ ଓ କିଛି ସ୍ଥାନୀୟ ଲୋକ ହାତୀ ଘଉଡ଼ାଉ ଥିବା ବେଳେ ସେମାନଙ୍କ ଉପରକୁ ନିଆଁହୁଳା ଫିଙ୍ଗିଥିଲେ। ସେହି ସମୟରେ ନିଆଁହୁଳା ଧରିଥିବା ଏହି ଦୁଇ ବନକର୍ମଚାରୀ ଗୋଟିଏ ହାତୀକୁ ସେଥିରେ ମାଡ଼ କରୁଥିବା ବି ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ଭାଇରାଲ ହେବା ପରେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ତାପରେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe