୨ ଅଜଣା ମୃତଦେହ ଉଦ୍ଧାର; ପରିଚୟ ଖୋଜୁଛି ପୁଲିସ

ବାଦାମପାହାଡ଼ ଥାନା ଅଧୀନ ଝିପାବନ୍ଧ ଗ୍ରାମର ଗ୍ରାମବାସୀମାନେ ମାଜୁରାବନ୍ଧକୁ ଶୌଚ ପାଇଁ ଯାଇଥିବା ସମୟରେ ପାଣିରେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳକୁ ପହଂଚି ଶବକୁ ଉଦ୍ଧାର କରିଥିଲା।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ରାଇରଂଗପୁର/ଘୁ ଉଦୟଗିରି: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଓ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଏଥିରେ ଜଣେ ମହିଳା ଥିବା ବେଳେ ଅନ୍ୟ ବ୍ୟକ୍ତି ହେଉଛନ୍ତି ବରିଷ୍ଠ ନାଗରିକ। ପୁଲିସ ଏମାନଙ୍କର ପରିଚୟ ଖୋଜୁଛି।

ସୂଚନା ଅନୁସାରେ ବାଦାମପାହାଡ଼ ଥାନା ଅଧୀନ ଝିପାବନ୍ଧ ଗ୍ରାମର ଗ୍ରାମବାସୀମାନେ ମାଜୁରାବନ୍ଧକୁ ଶୌଚ ପାଇଁ ଯାଇଥିବା ସମୟରେ ପାଣିରେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳକୁ ପହଂଚି ଶବକୁ ଉଦ୍ଧାର କରିଥିଲା। ମହିଳାଙ୍କ ପରିଚୟ ନମିଳିବାରୁ ବ୍ୟବଛେଦ ପାଇଁ ବାରିପଦା ପିଆରଏମ୍‌କୁ ପଠାଯାଇଛି। ଥାନାର ଏଏସଆଇ ପି.କେ ରଣା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। 

ଆଜି ସକାଳୁ ତାଙ୍କ ମୃତଦେହ ରାସ୍ତାକଡରେ ଥିବା ଏକ ଚୁଆ ନିକଟରୁ କାଦୁଅରେ ଭିଜି ରହିଥିବା ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବକୁ ଆଣି ପରିଚୟ ମିଳିବା ପର୍ଯ୍ୟନ୍ତ ତିନି ଦିନ ରଖିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବ।

ସେହିପରି ଘୁମୁସର ଉଦୟଗିରି ଥାନା ଅନ୍ତର୍ଗତ ଘୁ.ଉଦୟଗିରି ପାବୁରିଆ ମୁଖ୍ୟ ସଡ଼କ ବେଲକଟି ଗାଁ ନିକଟରେ ଏକ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ପୁଲିସ ସୂଚନା ପାଇଥିଲା। ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବୃଦ୍ଧଙ୍କ ପରିଚୟ ଖୋଜୁଛି। ବେଲକଟି ଗ୍ରାମବାସୀଙ୍କ ସୂଚନାନୁସାରେ ରବିବାର ଉକ୍ତ ବୃଦ୍ଧ ପାବୁରିଆ ଆଡୁ ଘୁ.ଉଦୟଗିରି ରାସ୍ତାରେ ଚାଲିଚାଲି ଆସୁଥିବା ବେଳେ ବେଲକଟି ବିଶ୍ରାମଗୃହରେ ବସି ରହିଥିଲେ। ସନ୍ଧ୍ୟାରେ ଗାଁ ଲୋକ ରାସ୍ତାକଡ଼ରେ ନିଆଁ ଜାଳି ବସିଥିବା ବେଳେ ବୃଦ୍ଧ ଜଣକ ମଧ୍ୟ ନିଆଁ ପୁଇଁ ହେଉଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ରାସ୍ତାକଡରେ ଥିବା ଏକ ଚୁଆ ନିକଟରୁ କାଦୁଅରେ ଭିଜି ରହିଥିବା ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବକୁ ଆଣି ପରିଚୟ ମିଳିବା ପର୍ଯ୍ୟନ୍ତ ତିନି ଦିନ ରଖିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବ ନଚେତ ପୁଲିସ ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଥାନା ଆଇଆଇସି ଭଗବାନ ପୂଜାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe