ବାରିପଦା: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ଚିକିତ୍ସା ଅଭାବରୁ ଜଣେ ୮ ବର୍ଷ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆଜି ଅପରାହ୍ନରେ ମେଡ଼ିକାଲ୍ କଲେଜ ପରିସରରେ ମୃତ ବାଳକଙ୍କ ସଂପର୍କୀୟ ଏବଂ ସ୍ଥାନୀୟ ଲୋକେ ହଙ୍ଗାମା ସୃଷ୍ଟି କରିଥିଲେ। ସୂଚନାଯୋଗ୍ୟ, ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ତକତପୁରସ୍ଥିତ ଅଶୋକ ଘଡ଼େଇଙ୍କ ୮ ବର୍ଷର ପୁଅ ଯାଦବ ଘଡ଼େଇ ଗତକାଲି ଏକ ଦୁର୍ଘଟଣାରେ ଗୁରୁତର ହୋଇ ପିଆର୍ଏମ୍ ମେଡ଼ିକାଲ୍ କଲେଜରେ ଭର୍ତ୍ତି ହୋଇଥିଲେ। ମାତ୍ର ବାଳକର ଉପଯୁକ୍ତ ଚିକିତ୍ସା କରା ନ ଯିବାରୁ ତାଙ୍କ ପୁଅର ମୃତ୍ୟୁ ହୋଇଗଲା ବୋଲି ବାପା ଅଶୋକ ଘଡ଼େଇ ଓ ମାତା ସବିତା ଘଡ଼େଇ ଅଭିଯୋଗ କରିବା ପରେ ଏହାକୁ ନେଇ ଆଜି ମେଡ଼ିକାଲ୍ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ମାତ୍ର ଡାକ୍ତରଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଯୋଗୁଁ ମୃତ ବାଳକଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯିବା ଫଳରେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନଥିଲା। ତେବେ ବାଳକର ମୃତ୍ୟୁକୁ ନେଇ ଆଜି ଅପରାହ୍ନରେ ସ୍ଥାନୀୟ ଲୋକ ଗଣ୍ଡଗୋଳ ସୃଷ୍ଟି କରିବାରୁ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ମୃତ୍ୟୁର କାରଣ ଲୋକଙ୍କ ନିକଟରେ ପ୍ରକାଶ କରିବା ପରେ ଉତ୍ତେଜନା ଥମିଥିଲା।
ଚିକିତ୍ସା ଅବହେଳାରୁ ନାବାଳକର ମୃତ୍ୟୁ:ପିଆର୍ଏମ୍ ମେଡ଼ିକାଲ୍ କଲେଜ ପରିସରରେ ଉତ୍ତେଜନା
Advertisment
Follow Us