Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

Advertisment

ତିନି ଦିନିଆ ରାଇରଙ୍ଗପୁର ଗସ୍ତରେ ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସି.ଭି ଆନନ୍ଦ ବୋଷ ରାଇରଙ୍ଗପୁରରେ ପହଞ୍ଚିବା ପରେ ମହୁଲଡିହାସ୍ଥ ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପହଞ୍ଚିବା ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର ପରିଦର୍ଶନ କରିଛନ୍ତି।

ତିନି ଦିନିଆ ରାଇରଙ୍ଗପୁର ଗସ୍ତରେ ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସି.ଭି ଆନନ୍ଦ ବୋଷ ରାଇରଙ୍ଗପୁରରେ ପହଞ୍ଚିବା ପରେ ମହୁଲଡିହାସ୍ଥ ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପହଞ୍ଚିବା ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର ପରିଦର୍ଶନ କରିଛନ୍ତି।

Rairangpur

West Bengal governor in Mayurbhanj district. Photograph: (sambad.in)

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ତିନି ଦିନିଆ ରାଇରଙ୍ଗପୁର ଗସ୍ତରେ ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସି.ଭି ଆନନ୍ଦ ବୋଷ ରାଇରଙ୍ଗପୁରରେ ପହଞ୍ଚିବା ପରେ ମହୁଲଡିହାସ୍ଥ ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ପହଞ୍ଚିବା ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର ପରିଦର୍ଶନ କରି ଫେରିବା ପରେ ଡାକ ବଙ୍ଗଳାରେ ରାତ୍ରିଯାପନ  କରିଛନ୍ତି। ଆଜି ଦ୍ବିତୀୟ ଦିନରେ ସେ ରାଇରଙ୍ଗପୁରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବା ବେଳେ ପ୍ରଥମେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମହୁଲଡିହାସ୍ଥ ବାସଭବନ ପରିଦର୍ଶନ କରିବା ପରେ କୁଚେଇବୁଢିସ୍ଥ ବାବା ପୂର୍ଣ୍ଣଶ୍ବର ଶୈବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ରାଇରଙ୍ଗପୁରଠାରେ ଉନ୍ନତି କରଣ ହେଉଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଯିବା ପରେ ଖଡଖାଇ ନଦୀ କୂଳରେ ଥିବା ଜଗନ୍ନାଥ ମନ୍ଦିର ଯାଇ ପୂଜାଅର୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା କରିବା କରିଛନ୍ତି।

ଏହା ପରେ ସଡକ ପଥରେ ରାଷ୍ଟ୍ରପତିଙ୍କ ପୈତୃକ ଗାଁ ଜନ୍ମ ମାଟି ଉପରବେଡାକୁ ପରିଦର୍ଶନ କରିବାକୁ ଯାଇଥିଲେ। ପରିଦର୍ଶନ ସମୟରେ ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ମାଟି ଆସି ଅତ୍ୟନ୍ତ ଆନନ୍ଦିତ ଲାଗିଛି। ଏହି ଅବସରରେ ରାଷ୍ଟ୍ରପତି ପାଠ ପଢିଥିବା ସ୍କୁଲର ଦୁଇଜଣ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଏକଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ଉପରବେଡାରୁ ଫେରିବା ପରେ ଡାକ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ କରିବା ପରେ ବିଶ୍ରାମ ନେଇଥିଲେ। ସନ୍ଧ୍ୟାରେ ରାଇରଙ୍ଗପୁରସ୍ଥ ଟାଉନ୍ ହଲ୍ (ମହତାବ ଭବନଠାରେ) ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନୀତ କରିବା ସହିତ ବାଦଡ଼ା ଛଉ ନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ ‘ଗରୁଡ ବାହାନ’ ଓ ‘ଚାଷୀ ମୂଲିଆ’ ପ୍ରଭୃତି ବିଷୟ ବସ୍ତୁକୁ ନେଇ ଛଉ ପ୍ରଦର୍ଶନ କରାଯାଇଥିଲା। ତେବେ ମୟୂରଭଞ୍ଜର ଛଉକୁ ମହାମହିମ ରାଜ୍ୟପାଳ ଭୂୟସୀ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ: ରାଇରଂଗପୁରରେ ଉପଖଣ୍ଡସ୍ତରୀୟ ନାରଦ ଜୟନ୍ତୀ ସମାରୋହ ଆୟୋଜିତ

ରାଜ୍ୟପାଳଙ୍କ ପୁରସ୍କାର ଘୋଷଣା

ଏହି ଅବସରରେ ସମସ୍ତ ନୃତ୍ୟ ଶିଳ୍ପୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେବାର ପ୍ରତିଶ୍ରୁତି ଦେଇଥିଲେ। ସେ ରାଇରଙ୍ଗପୁର ଓ ରାଇରଙ୍ଗପୁରବାସୀଙ୍କୁ ବହୁତ୍ ଭଲ ପାଆନ୍ତି ବୋଲି ନିଜ ବ୍ୟକ୍ତବରେ କହିଥିଲେ। ଉକ୍ତ କର୍ଯ୍ୟକ୍ରମକୁ ରାଷ୍ଟ୍ରପତିଙ୍କ ଉପଦେଷ୍ଟା ବିଜୟଲକ୍ଷ୍ମୀ ମହାନ୍ତି, ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ଏସଡିପିଓ ଗକୁଳାନନ୍ଦ ସାହୁ, ରାଇରଙ୍ଗପୁର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶକୁନ୍ତଳା ହାଁସଦା, ବିଜେପିର ପୂର୍ବତନ ରାଜ୍ୟ ସମ୍ପାଦକ ନବୀନ ରାମ୍, ମନୋଜ ଦାସ, ମୁନା ପ୍ରତିହାରୀ, ଶିବ ଅଗ୍ରୱାଲଙ୍କ ସମେତ ଅନ୍ୟ ମାନେ ପରିଚାଳନା କରିଥିଲେ। ରଞ୍ଜନ ନନ୍ଦ ଓ ବିଜୟ ରାମ୍ ମଞ୍ଚ ପରିଚାଳନା କରିଥିଲେ। ଆଜି ରାତ୍ରିରେ ମହୁଲଡ଼ିହାସ୍ଥ ପୂର୍ତ୍ତ ବିଭାଗରେ ରାତ୍ରିଯାପନ କରିବା ପରେ ବୁଧବାର ସକାଳୁ ସଡ଼କପଥରେ ଟାଟା ନଗର ଷ୍ଟେସନକୁ ଯାଇ ସେଠାରୁ ବନ୍ଦେ ଭାରତ ଟ୍ରେନ ଯୋଗେ କୋଲକାତା ଗସ୍ତ କରିବେ ବୋଲି ସୂଚନା ମିଳିଛି।

ଆହିରୁ ପଢ଼ନ୍ତୁ: ତାମିଲନାଡୁ ଖଟିବାକୁ ଯାଇଥିଲେ ମୟୂରଭଂଜର ଯୁବକ, ଘରକୁ ଫେରୁଛି ଶବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe