ମୟୂରଭଞ୍ଜ: ନିଅାଁରେ ପୋଡ଼ି ମହିଳା ମୃତ

Advertisment
ମୟୂରଭଞ୍ଜ: ନିଅାଁରେ ପୋଡ଼ି ମହିଳା ମୃତ

ବାରିପଦା: ନିଅାଁରେ ପୋଡ଼ି ରବିବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଂଚଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଚୁଆପାଣି ଗାଁରେ ଘଟିଥିବା ଏହି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି, ସତ୍ୟଭାମା ଗିରି। ଦୀନକୃଷ୍ଣ ଗିରିଙ୍କ ବନ୍ଦ ଘରୁ ସନ୍ଧ୍ୟାରେ ଚିତ୍କାର ଶୁଣି ଗାଁଲୋକେ ଏକାଠି ହୋଇଥିଲେ। ସେମାନେ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲେ।

ଏହା ପୂର୍ବରୁ ସତ୍ୟଭାମାଙ୍କ ମୃତ୍ୟୁ ଘଟି ସାରିଥିଲଶ। ଆଖି ସାମ୍ନାରେ ଘର ଜଳି ଯାଉଥିଲେ ମଧ୍ୟ ଗାଁ ଲୋକଙ୍କ ପାଖରେ ଦୁର୍ଘଟଣା ଏଡାଇବା ପାଇଁ କୌଣସି ଉପାୟ ନଥିଲା। ପରେ ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ନିଅାଁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ମହିଳାଙ୍କ ମୃତ୍ୟୁ ନେଇ ପରିବାର ଅଥବା ପୁଲିସ ପକ୍ଷରୁ କୌରଣି ପ୍ରତିକ୍ରିୟା ମିଳି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe