ମୟୂରଭଂଜ: ହାଟରୁ ଫେରିବା ବିଳମ୍ବ ହେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

Advertisment
ମୟୂରଭଂଜ: ହାଟରୁ ଫେରିବା ବିଳମ୍ବ ହେବାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ଉଦଳା/ବାରିପଦା: ହାଟରୁ ଫେରିବାରେ ବିଳମ୍ବ ହେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେବା ଘଟଣା ମଙ୍ଗଳବାର ମୟୂରଭଂଜ ଜିଲ୍ଲାରେ ଘଟିଛି। ସୂଚନା ଅନୁସାରେ କପ୍ତିପଦା ଥାନା ନେଦାମ ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ ଅଶୋକ ନାଏକ ସ୍ତ୍ରୀ ବୁଦ୍ଧିଙ୍କୁ ମାରିବା ପରେ ରାତିସାରା ଜଙ୍ଗଲରେ ମୃତଦେହ ସହିତ ଶୋଇଥିଲା। ଏହା ପରେ ମୃତଦେହକୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ଘରକୁ ଆଣିଥିଲା। ସକାଳୁ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି।

ପୁଲିସ କହିଛି, ବୁଦ୍ଧି ମଙ୍ଗଳବାର ଅପରାହ୍ନରେ ତାଳପୋଖରି ବଜାରକୁ ଯାଇଥିଲା। ଜିନିଷ ପତ୍ର କିଣାକିଣି କଲାବେଳକୁ ବିଳମ୍ବ ହୋଇ ଯାଇଥିଲା। ଫଳରେ ସେ ଘରକୁ ସନ୍ଧ୍ୟା ପୂର୍ବରୁ ଫେରି ପାରି ନଥିଲା। ଅନ୍ୟପକ୍ଷରେ ସ୍ତ୍ରୀ ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ସ୍ୱାମୀ ରାଗରେ ଜର୍ଜରିତ ହୋଇଯାଇଥିଲା। ସେ କେବଳ ସ୍ତ୍ରୀ ଫେରିବା ବାଟକୁ ଚାହିଁଥିଲା। ଏଥି ପାଇଁ ସ୍ତ୍ରୀକୁ ଜଙ୍ଗଲ ଭିତରେ ଅପେକ୍ଷା କରିଥିଲା। କାରଣ ବଜାରକୁ ଯାଇଥିବା ସ୍ତ୍ରୀ ଜଙ୍ଗଲରାସ୍ତା ଦେଇ ଘରକୁ ଫେରିବ।

publive-image

ବୁଦ୍ଧିର ମୃତ୍ୟୁ ସଂପର୍କରେ ଗାଁର କେହି ଜଣେ ଲୋକ ଆଜି ସକାଳୁ ପୁଲିସକୁ ଖବର ଦେଇଥିଲେ। ଏହା ପରେ ପୁଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଜବତ କରିଛି। ମୃତ ମହିଳାଙ୍କ ୪ ସନ୍ତାନ ଅଛନ୍ତି। ସେମାନେ ଏବେ କେମିତ ବଂଚିବେ ସେ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe