ମୟୂରଭଞ୍ଜ: ନିର୍ଣ୍ଣାୟକ ଭୂମିକାରେ ମହିଳା ଭୋଟ୍‌ବ୍ୟାଙ୍କ

Advertisment
ଆଜି ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ଗଡ଼ ସମେତ ୧୬ ଜୋନ୍‌ରେ ମତଦାନ, ଦିନକର ରାଜା ‘‌ଭୋଟର୍’

Sambad

ବାରିପଦା,(ଦିବ୍ୟଜ୍ୟୋତି ବେହେରା): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏଥର ମହିଳା ଭୋଟର ହିଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଭୋଟରଙ୍କ ବିଶ୍ବାସ ଜିଣିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁ ଦଳର ପ୍ରମୁଖ ମହିଳା ନେତ୍ରୀ। ଯାହାର ବ୍ୟକ୍ତିତ୍ବ ପ୍ରଭାବଶାଳୀ ହେବ, ସେ ଆଡ଼କୁ ମହିଳା ଭୋଟ୍‌ ଢଳିବ ବୋଲି ଆଲୋଚନା ହେଉଛି।

ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ସମସ୍ତ ପ୍ରମୁଖ ଦଳରେ ଏମିତି ନାରୀନେତ୍ରୀ ଅଛନ୍ତି, ଯେଉଁମାନେ ଅତୀତରେ ଜିଲ୍ଲା ରାଜନୀତିରେ ନିଜର ଆଧିପତ୍ୟ ରଖିଥିଲେ ଓ ଏବେ ମଧ୍ୟ ସକ୍ରିୟ ରାଜନୀତିରେ ଅଛନ୍ତି। ଯଦିଓ ସେମାନଙ୍କ ମଧ୍ୟରୁ କେହି ଜଣେ ବି ବର୍ତ୍ତମାନ କ୍ଷମତା ରାଜନୀତିରେ ନାହାନ୍ତି, ତଥାପି ସେମାନଙ୍କ ଅଭିଜ୍ଞତା ଦଳକୁ ସଫଳତା ଆଣିଦେଇପାରେ। ଜିଲ୍ଲାରେ ବିଜେପିର ସବୁଠାରୁ ଚର୍ଚ୍ଚିତ ଓ ସଫଳ ମହିଳା ରାଜନେତ୍ରୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ (୬୩)। ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ ଗତବର୍ଷ ଜିଲ୍ଲାକୁ ଫେରିଛନ୍ତି ଦ୍ରୌପଦୀ। ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ରହିବା ପରେ ଖୁବ୍ କମ୍ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ପ୍ରତ୍ୟକ୍ଷ ରାଜନୀତିକୁ ଆସନ୍ତି। ତେବେ ଶ୍ରୀମତୀ ମୁର୍ମୁ ରାଜନୀତି ଜାରି ରଖିବେ ବୋଲି ଜିଲ୍ଲାରେ ପାଦ ଦେଉ ଦେଉ ଘୋଷଣା କରି ସମସ୍ତଙ୍କୁ ଚମ୍‌କାଇ ଦେଇଥିଲେ। ବିଜେପି ତାଙ୍କୁ ପରିଚୟ ଦେଇଛି, ତେଣୁ ଦଳ ପାଇଁ ସେ ନିଶ୍ଚୟ ପ୍ରତିଦାନ ଦେବେ ବୋଲି କହିଥିଲେ। ବିଜେପି-ବିଜେଡି ମେଣ୍ଟ ସରକାରରେ ଏକାଧିକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ ଦ୍ରୌପଦୀ। ୨୦୧୫ରୁ ୨୧ ଯାଏ ତାଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ କରି ମାଷ୍ଟ୍ରରଷ୍ଟ୍ରୋକ୍ ଖେଳିଥିଲା ବିଜେପି। ଜିଲ୍ଲାର ଜଣେ ଆଦିବାସୀ ନେତ୍ରୀଙ୍କୁ ଏତେ ବଡ଼ ସାମ୍ବିଧାନିକ ପଦ ଦେଇ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ମହିଳାଙ୍କ ଭୋଟ୍ ହାତେଇଥିଲା ବିଜେପି। ତେଣୁ ଶ୍ରୀମତୀ ମୁର୍ମୁ ଏବେ ପୁଣି ଥରେ ରାଜନୀତି ମଇଦାନକୁ ଓହ୍ଲାଇ ଭୋଟରଙ୍କୁ ପ୍ରଭାବିତ କରିବେ ବୋଲି ଦଳ ଆଶା ରଖିଛି।

ସେହିପରି ୨୦୦୯ରେ ସରକାରୀ ଚାକିରି ଛାଡ଼ି ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ଅଧ୍ୟାପିକା ସରୋଜିନୀ ହେମ୍ବ୍ରମ୍‌। ସେହିବର୍ଷ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍‌)ର ତତ୍କାଳୀନ ଟାଣୁଆ ନେତା ତଥା ବର୍ତ୍ତମାନର ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବାଙ୍ଗରିପୋଷି ନିର୍ବାଚନମଣ୍ଡଳୀରେ ପରାସ୍ତ କରି ଚର୍ଚ୍ଚିତ ହୋଇଥିଲେ ସରୋଜିନୀ। ତାଙ୍କ ବାପା ସ୍ବର୍ଗତ ଚୈତନ୍ୟ ପ୍ରସାଦ ମାଝୀ ରାଜ୍ୟ ଓ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ତେଣୁ ରାଜନୈତିକ ପରିବାରରୁ ଆସିଥିବା ଓ ରାଜନୀତିର ପେଞ୍ଚକୁ ବେଶ୍ ଭଲ ଭାବେ ବୁଝିଥିବା ସରୋଜିନୀଙ୍କୁ ପ୍ରଥମ ପାଳି‌ରେ ହିଁ ମନ୍ତ୍ରୀପଦ ମିଳି ଯାଇଥିଲା। ଏକଦା ପ୍ରାକ୍ତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓଙ୍କ ସହ ସେ ଜିଲ୍ଲା ରାଜନୀତିର ଅନ୍ୟତମ କ୍ଷମତାକେନ୍ଦ୍ର ଥିଲେ। ତେବେ ୨୦୧୪ରେ ସୁଦାମ ମାରାଣ୍ଡି ବିଜେଡିରେ ସାମିଲ ହୋଇ ମନ୍ତ୍ରୀ ହେବାପରେ ସରୋଜିନୀଙ୍କ ଚମକ୍‌ ଟିକେ ଫିକା ପଡ଼ିଥିଲା। ୨୦୧୪ରେ ତାଙ୍କୁ ରାଜ୍ୟସଭାକୁ ପଠାଇ ମହିଳା ଭୋଟ୍ ହାତେଇବାକୁ ପ୍ରୟାସ କରିଥିଲା ବିଜେଡି। ୨୦୨୦ରୁ ରାଜ୍ୟସଭାରୁ ଫେରିବା ପରଠାରୁ କ୍ଷମତା ରାଜନୀତିରୁ ଦୂରରେ ଅଛନ୍ତି ସରୋଜିନୀ। କିନ୍ତୁ ତାଙ୍କର ନିର୍ମଳ ଭାବମୂର୍ତ୍ତି ଓ ସାନ୍ତାଳୀ ଭାଷାଭାଷୀଙ୍କ ମଧ୍ୟରେ ଆଦୃତି ପାଇଁ ଦଳ ତାଙ୍କୁ ଅଣଦେଖା କରିନପାରେ। ତାଙ୍କ ବ୍ୟତୀତ ବିଜେଡିରୁ ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ମମତା ମହାନ୍ତ କୁଡ଼ୁମୀ ସଂପ୍ରଦାୟରେ ନିଜର ପ୍ରଭାବ ରଖିଥିବାରୁ ସେ ମଧ୍ୟ ଦଳ ପାଇଁ ଜଣେ ଭରସାଯୋଗ୍ୟ ନେତ୍ରୀ।

ମହିଳା ନେତ୍ରୀଙ୍କ ମଧ୍ୟରେ କଂଗ୍ରେସର ପୂର୍ବତନ ସାଂସଦ ସୁଶିଳା ତିରିଆ (୬୫) ମଧ୍ୟ ଏକ ଜଣାଶୁଣା ନାଁ। ୮୦ ଓ ୯୦ ଦଶକରେ ରାଜ୍ୟ କଂଗ୍ରେସର ଜଣେ ଆଗଧାଡ଼ିର ନେତ୍ରୀ ଭାବେ ଜାତୀୟସ୍ତରରେ ପରିଚୟ ସୃଷ୍ଟି କରିଥିବା ସୁଶିଳା ୨ ଥର ରାଜ୍ୟସଭା ଓ ୨ ଥର ଲୋକସଭାକୁ ନିର୍ବାଚିତ ହେବା ସହ ସିଡବ୍ଲୁସି ସଦସ୍ୟା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ସୁଶିଳା ନିଜ ରାଜନୈତିକ ଜୀବନର ଶ୍ରେଷ୍ଠ ସମୟ ପାର୍‌ କରିସାରିଥିବାରୁ ଦଳ ତାଙ୍କ ପାଖରୁ ଆଉ କିଛି ଚମତ୍କାରିତା ଆଶା କରିନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe