ଯୁବତୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ, ଯୁବକ ଗିରଫ

Advertisment
ଯୁବତୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ, ଯୁବକ ଗିରଫ

କପ୍ତିପଦା: ଯୁବତୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ଜଣେ ନିଶାସକ୍ତ ଯୁବକ ଗିରଫ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ରେ। ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ କୁଳିଅଳମ ପଞ୍ଚାୟତ ନଛିପୁର ଗାଁର ଯୁବତୀ ପୂଜା ସିଂ ତାଙ୍କ ଭଉଣୀଙ୍କ ସହ ଗାଁ ପାଖ ଗଛକୁ କୋଳି ଖାଇବା ପାଇଁ ଯାଇଥିଲେ। ଏହି ସମୟରେ ସେଠାରେ ଗାଁ’ର ଚନ୍ଦ୍ରମଣି ସେନାପତି (୨୭) ନାମକ ଜଣେ ଯୁବକ ପହିଞ୍ଚିଥିଲେ ଏବଂ କୌଣସି କାରଣ ନଥାଇ ପୂଜା ଓ ତାଙ୍କ ଭଉଣୀଙ୍କୁ ଗାଳିଗୁଲଜ କରିଥିଲେ। ପରେ ପୂଜାଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା।

କିଛି ଗ୍ରାମବାସୀ ପହଞ୍ଚି ଚନ୍ଦ୍ରମଣିଙ୍କୁ ତାଗିଦ କରିଥିଲେ। ଏଥିରେ ଚନ୍ଦ୍ରମଣି ରାଗିଯାଇଥିଲେ। ସେ ଘରକୁ ଯାଇ ରଖିଥିବା ଏକ ଦେଶୀ ବନ୍ଧୁକ ଆଣି ଯୁବତୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଫଳରେ ଯୁବତୀଙ୍କ ପକ୍ଷରୁ କପ୍ତିପଦା ଥାନରେ ଅଭଯୋଗ ହୋଇଥିଲା। ଫଳରେ ପୁଲିସ ୧୬୭/୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦ୍ରମଣିଙ୍କୁ ଗିରଫ କରିବା ସହ ବନ୍ଧୁକକୁ ଜବତ କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe