ମଦଭାଟିରେ ହାତୀପଲର ଆକ୍ରମଣ: ଯୁବକଙ୍କ ମୃତ୍ୟୁ

Advertisment
ନରସିଂହପୁର ବନାଞ୍ଚଳରେ ମାଈ ହାତୀର ମୃତ୍ୟୁ, ୪ ମାସରେ ମଲେଣି ୫

ବାରିପଦା: ରବିବାର ରାତିରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀ ପଲର ଶିକାର ହୋଇଛନ୍ତି ଜଣେ ଯୁବକ। ଯୁବ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ ବୋଲି ଜଣାଯାଇଛି।
ସେ ବାରିପଦାରେ ରହି ଏକ ମଦ ଦୋକାନ ରେ କାର୍ଯ୍ୟ କରୁଥିଲେ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗିରହିଥିବା ବେଳେ ଗତକାଲି ରାତି ପାଖାପାଖି ଗୋଟାଏ ବେଳେ ମହୁଲିଆ ପଟରୁ ଏହି ହାତୀ ପଲଟି ମଞ୍ଚାବନ୍ଧା ପଟକୁ ଯାଉଥିଲା। ସେଠାରେ ଥିବା ଏକ ଦେଶୀ ମଦଭାଟିର ମହୁଲି ବାସ୍ନା ପାଇ ହାତୀପଲ ପହଞ୍ଚି ଥିଲେ। ଭାଟିରେ ଯୁବକ ଜଣଙ୍କ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡି ମାରି ଦେଇଥିବା ଜଣାପଡିଛି। ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାସହ ଗତକାଲି ରାତିରେ ହାତୀପଲ ମହୁଲିଆ ଅଞ୍ଚଳରେ ଶ୍ୟାମ ସିଂ ଏବଂ ବାପୁନ ସିଂ ନାମକ ଦୁଇଜଣ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି। ଏବେ ହାତୀ ପଲ ଶଙ୍ଖାଭଙ୍ଗା ସଂରକ୍ଷିତ ଜଙ୍ଗଲରେ ରହିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe