ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତର କୋଚିଲାପଦା ଗ୍ରାମରେ ସୋମବାର ରାତି ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବରେ ହତ୍ୟା କରିଛନ୍ତି। ହାଡ଼ିବନ୍ଧୁ ନାୟକଙ୍କ ପୁଅ ସୁମନ ନାଏକଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘର ନିକଟସ୍ଥ ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଥିଲେ। ସକାଳୁ ଗାଁ ଲୋକେ ସୁମନର ମୃତଦେହ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ପକ୍ଷରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ହତ୍ୟାକାଣ୍ଡ ପୂର୍ବରୁ ଅଭିଯୁକ୍ତମାନେ ଯୋଜନା ପ୍ରସ୍ତୁତ କରିଥିଲେ। ପୁଲିସ ବିଭିନ୍ନ ତଥ୍ୟକୁ ଆଧାର କରି ଅପରାଧୀଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରି ଦେଇଛି।
ମୟୁରଭଞ୍ଜ: ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଅମାନୁଷିକ ହତ୍ୟା
Advertisment
Follow Us