ମୟୂରଭଂଜ: ପିକ୍‌ନିକ୍‌ ଯାଇଥିଲେ, ସୀତାକୁଣ୍ଡ ପାହାଡ଼ରୁ ଖସି ଯୁବକ ମୃତ

Advertisment
ମୟୂରଭଂଜ: ପିକ୍‌ନିକ୍‌ ଯାଇଥିଲେ, ସୀତାକୁଣ୍ଡ ପାହାଡ଼ରୁ ଖସି ଯୁବକ ମୃତ

ବାରିପଦା/ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଅଂଚଳରେ ଗତ ବର୍ଷ ଡିସେମ୍ବର ୨୬ ଦେବଝରଣକୁ ପିକ୍‌ନିକ୍‌ ପାଇଁ ଯାଇଥିବା ବେଳେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁ ହେବା ପରେ ଡିସେମ୍ବର ୨୮ରେ କେନ୍ଦୁଝର ଜିଲ୍ଲାର ଭୀମକୁଣ୍ଡ ଠାରେ ଶୁକ୍ରବାର ଜଣେ ଯୁବକ ଭାସି ଯାଇଥିଲେ। ଏହି ୨ଟି ଘଟଣାରୁ ଯୁବପୀଢ଼ି କିଛି ଶିଖି ପାରି ନାହାନ୍ତି।

publive-image

ପିକ୍‌ନିକ୍‌ ପାଇଁ ମୟୂରଭଂଜର ଅନ୍ୟତମ ଆକର୍ଷଣୀୟ ପିକ୍‌ନିକ୍‌ ସ୍ଥଳ ‘ସୀତାକୁଣ୍ଡ’ରେ ଜଣେ ଯୁବକ୍‌ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବାରିପଦା ଷ୍ଟେସନ୍‌ ବଜାରର ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି।

publive-image

କେନ୍ଦୁଝର ଜିଲ୍ଲାର ଘଟଗାଁ ଅଂଚଳର ଭୀମକୁଣ୍ଡକୁ ପିକ୍‌ନିକ୍‌ ପାଇଁ ଯାଇଥିବା ଜଣେ ଯୁବକ ଝରଣାରେ ଭାସି ଯାଇଥିଲେ। କଟକ ମଧୁପାଟଣା ସାଇ ଶିକ୍ଷାକେନ୍ଦ୍ରର ଯୁକ୍ତ ୨ ଛାତ୍ର ସେଲଫି ନେଉଥିବା ବେଳ ଦୁର୍ଘଟଣାର ଶିକାର ହୋଇଥିଲେ। କଲେଜର ୩୦ ଜଣ ଛାତ୍ର ପିକ୍‌ନିକ ପାଇଁ ଯାଇଥିଲେ। ଅନ୍ୟ ଛାତ୍ରମାନେ ଭୋଜୀରେ ବ୍ୟସ୍ତ ଥିବା ବେଳେ ଜଣେ ଛାତ୍ର ସେଲଫି ନେବାରେ ବ୍ୟସ୍ତ ଥିଲେ।  ଦେବଝରଣରେ ମଜାମସ୍ତି କରୁଥିବା ବେଳେ ଜଣେ ଯୁବକ ଜୀବନ ହାରିଥିଲେ। ବିହାରର ଅମରେନ୍ଦ୍ର ଯାଦବ (୩୨) ସମ୍ବଲପୁରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ କିଛି ଯୁବକଙ୍କ ସହିତ ପିକ୍‌ନିକ୍‌ କରିବାକୁ ଦେବଝରଣ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe