ବାରିପଦା: ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ପରେ ବାଘୁଣୀ ଜୀନତ ଓଡ଼ିଶାମୁହାଁ ହୋଇଛି। ସେଠାରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନତକୁ ଶିମିଳିପାଳ ଅଣାଯାଉଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟ ରାତ୍ରିରେ ଜୀନତ୍ ଶିମିଳିପାଳ ପହଞ୍ଚିବା ପରେ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ତାକୁ ଛଡାଯିବ।
ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ
ଏନେଇ ବାରିପଦା ଆରସିସିଏଫ ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି ଯେ ଆଜି ରାତି ୮ଟାରେ ଅଲ୍ଲୀପୁର ଚିଡିଆଖାନାରୁ ପଶ୍ଚିମବଙ୍ଗ ବନବିଭାଗ ଆମକୁ ଜୀନତକୁ ହସ୍ତାନ୍ତର କରିଛନ୍ତି। ତାଙ୍କର ଏକ ଟିମ୍ ଆମ ସହ ଶିମିଳିପାଆଳ ଆସୁଛନ୍ତି। ଏଠାରେ ପହଞ୍ଚିବା ପରେ ଜିନତ୍କୁ ସଫ୍ଟ ଏନକ୍ଲୋଜରରେ ରଖାଯିବ। ଏହାପରେ ପରବର୍ତ୍ତୀ ସ୍ଥିତି ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’
/sambad/media/media_files/2024/12/31/NWVuW0IHTHNMT1ZIehme.jpg)
ମୟୂରଭଞ୍ଜଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନତ’ ରବିବାର ଟ୍ରାଙ୍କୁଲାଇଜ ହୋଇଥିଲା। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଥିଲା। ଜୀନତଙ୍କୁ ଆଲିପୁରସ୍ଥିତ ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା।
ଏହି ଖବର ପଢ଼ନ୍ତୁ: ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନତ ଖସିଯାଇ ଝାଡ଼ଖଣ୍ଡ ପାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।
ଏହି ଖବର ପଢ଼ନ୍ତୁ: ଜାଣନ୍ତୁ ଆସନ୍ତାକାଲିର ରାଶିଫଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/31/iqc4tGhl1604hScc5YMa.jpg)