ରାଇରଙ୍ଗପୁର: ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦର୍ଶକଙ୍କୁ ମୟୂରଭଞ୍ଜର ଛଉ ନୃତ୍ୟ ଆକର୍ଷିତ କରିଛି । ରାଷ୍ଟ୍ରୀୟ ନାଟ୍ୟ ବିଦ୍ଯାଳୟ, ନୂଆଦିଲ୍ଲୀ ପକ୍ଷରୁ ମହାକୁମ୍ଭର ପବିତ୍ର ଅବସରରେ ପ୍ରୟାଗରାଜରେ ଆକର୍ଷଣୀୟ ନାଟକ "ସମୁଦ୍ର ମନ୍ଥନ" ପ୍ରଦର୍ଶିତ ହୋଇଛି ।
ଏହି ନାଟକଟି ଖ୍ୟାତନାମା ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହା ମାନବୀୟ ଗୁଣ ଏବଂ ଅପଗୁଣଙ୍କ ମଧ୍ୟରେ ଚିରଯୁଗୀୟ ସଂଘର୍ଷକୁ ଜଣାଇଥିବା ପୌରାଣିକ ସମୁଦ୍ର ମନ୍ଥନର ଚିତ୍ରଣ କରାଯାଇଛି ଯାହା ଦର୍ଶକମାନଙ୍କୁ ଆମୋଦ କରୁଛି। ଏହି ନାଟକ ୧୮ ଜାନୁଆରୀ ୨୦୨୫ ଠାରୁ ୨୪ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ହୋଇଥିଲା ।
ଏହି ନାଟକକୁ ମୟୂରଭଞ୍ଜର ପାଞ୍ଚ ଜଣ ଦକ୍ଷ ଛଉ ନୃତ୍ଯ ଶିଳ୍ପୀ ଓ ଜଣେ ଷଢେ଼ଇକଳା ଛଉ ନୃତ୍ଯ ଶିଳ୍ପୀ ସମେତ ପାଞ୍ଚ ଜଣ ପୁରୁଲିଆ ଛଉ ନୃତ୍ଯ ଶିଳ୍ପୀ ଅଭିନୟରେ ଅଂଶ ଗ୍ରହଣ କରିଥିଲେ।
ରାଇରଙ୍ଗପୁରର ଛଉ ନୃତ୍ଯ ଶିଳ୍ପୀମାନେ ହେଲେ ବିଭୂତି ଭୂଷଣ ମହାନ୍ତ,ରାଜକପୁର ମହାନ୍ତ, ନୀରୋଜ କୁମାର ମହାନ୍ତ, ଫୁଦାନ ମାଝି ଏବଂ ଆକାଶ ସର୍ଦ୍ଦାର। ତାଙ୍କ ଶକ୍ତିଶାଳୀ ଏବଂ ଗତିଶୀଳ ଚଳନ, ଜଟିଳ ନୃତ୍ୟକଳା ଏବଂ ଭାବପରିପୂର୍ଣ୍ଣ କାହାଣୀ କଥନରେ ଏହି ପୌରାଣିକ ଗଳ୍ପକୁ ଜୀବନ୍ତ କରିଛି।
ଅଧିକ ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ କ୍ଲବରେ ସାମିଲ ହେଲେ ଦୁଇ ଅତିଥି
ଛଉ ନୃତ୍ୟର ବିଶିଷ୍ଟ ଶୈଳୀଗୁଡ଼ିକ ଆବେଗପୂର୍ଣ୍ଣ ଏବଂ ଦୃଶ୍ୟମାନ ଗଭୀରତା ଓ ଭାବପୂର୍ଣ୍ଣ ଗାଥାକୁ ଅଭିନବ ରୂପ ଦେଇଥିଲେ । ଏହି ପ୍ରଦର୍ଶନା ଦର୍ଶକମାନଙ୍କ ପାଖରେ ପ୍ରଶଂସା ହାସଲ କରିଥିବାବେଳେ ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଚିରନ୍ତନ ଆକର୍ଷଣକୁ ପୁନଃ ସାବ୍ୟସ୍ତ କରିଥିଲା।
ଅଧିକ ପଢ଼ନ୍ତୁ: ସମ୍ବିଧାନ ଆମର ସାମୂହିକ ପରିଚୟର ଆଧାର: ରାଷ୍ଟ୍ରପତି