ଖବର ପ୍ରସାରଣ ମାଧ୍ୟମରେ ପ୍ରସାଶନକୁ ସଜାଗ କରି ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ କରିପାରୁଛି ଗଣମାଧ୍ୟମ

Advertisment

ନର୍ଲା ପ୍ରେସ୍ କ୍ଲବ୍ ତରଫରୁ ବ୍ଲକ୍ ସ୍ତରୀୟ ପ୍ରେସ୍ ଦିବସ

ନର୍ଲା ପ୍ରେସ୍ କ୍ଲବ୍ ତରଫରୁ ବ୍ଲକ୍ ସ୍ତରୀୟ ପ୍ରେସ୍ ଦିବସ

ଖବର ପ୍ରସାରଣ ମାଧ୍ୟମରେ ପ୍ରସାଶନକୁ ସଜାଗ କରି ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ କରିପାରୁଛି ଗଣମାଧ୍ୟମ

ରୁପ୍ରା: ଗଣମାଧ୍ୟମ ଖବର ପ୍ରସାରଣ ମାଧ୍ୟମରେ ପ୍ରଶାସନକୁ ସଜାଗ କରି ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ କରିପାରୁଛି। କଳାହାଣ୍ଡି ଜିଲ୍ଲା ନର୍ଲା ବସ୍ ଷ୍ଟାଣ୍ଡ୍ ପରିସରରେ ପ୍ରେସ୍ କ୍ଲବ୍ ନର୍ଲା ଆୟୋଜନରେ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ମଙ୍ଗଳବାର ଅତିଥିମାନେ ଏହା କହିଛନ୍ତି। ଅତିଥିମାନେ କହିଥିଲେ ଯେ, ଗୋଟିଏ ବ୍ରିଜର ଯେମିତି ଉଭୟ ପାର୍ଶ୍ୱର ଖମ୍ୱ ଯୋଗୁଁ ଏହା ମଜଭୁତ୍ ହୋଇଥାଏ, ସେମିତି ବର୍ତ୍ତମାନ ପ୍ରସାଶନ ଓ ସମ୍ୱାଦିକ ଗୋଟିଏ ବ୍ରିଜର ଉଭୟ ପାର୍ଶ୍ୱର ଖମ୍ୱ ଭଳି କାମ କରୁଛନ୍ତି।

ନର୍ଲା ଡାକ ବଙ୍ଗଳା ଠାରେ ଅତିଥିଗଣ ଉପସ୍ଥିତ ରହି ଏକତ୍ରିତ ହେବାପରେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ବାଦନ ମାଧ୍ୟମରେ ଅତିଥିଗଣଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣି ମଞ୍ଚରେ ସ୍ୱାଗତ୍ ସମ୍ୱର୍ଦ୍ଧନା କରାଯାଇଥିଲା । ପ୍ରେସ୍ କ୍ଲବର ସଦସ୍ୟ ମାନେ ଅତିଥି ମାନଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ଓଜେୟୁ ରାଜ୍ୟ ସମ୍ପାଦକ ଶଶୀ ଭୁଷଣ ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ତହସିଲଦାର ତଥା ବିଡିଓ ମାନସ ରଞ୍ଜନ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବରେ ନର୍ଲା ଥାନାଧିକାରିଣୀ ରେଣୁକା ସୂନା, ନର୍ଲା ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଚିରଞ୍ଜିବୀ ଗୌଡିଆ ଓ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି ପଦ୍ମଲୋଚନ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ନର୍ଲାର 'ସମାଜ' ବ୍ଲକ୍ ପ୍ରତିନିଧି ମନୋଜ ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ବୈଠକରେ ଶିଳ୍ପପତି ବିମଳ କେଡିଆ, ବ୍ଲକ୍ କଂଗ୍ରେସ ସଭାପତି ସମୀର ଚାନ୍ଦ, ନାନୀ ପୁଷ୍ପାଞ୍ଜଳୀ ନାଏକ, କିନ୍ନର ସଂଘର ସଭାପତି କାମୀନୀ କିନ୍ନର, ଲେଖକ କୁମୁଦ ନାଏକ, କଂଗ୍ରେସ ଯୁବ ସଭାପତି ଦୀପୁ ପାତ୍ରଙ୍କ ସମେତ ଅଞ୍ଚଳର ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାମ୍ୱାଦିକ ମନୋଜ ଷଡଙ୍ଗୀ, ଭୀକାରି ଗୌଡ, ଦୀପକ ଠାକୁର, ତ୍ରିଲୋଚନ ଗୌଡ, ଅଜୟ ସେନାପତି, ପ୍ରଦୀପ ଗୌଡ, ପ୍ରଦୀପ ସାହୁ, ସଞ୍ଜୀବ ଦାଶ, ସନ୍ତୋଷ ପାତ୍ର, ଡୋଳାମଣି ସାହୁ, ଖଗେଶ୍ୱର କୁମାର, ନଗେଦ୍ର ପଧାନ, ଜଗତରାମ ସାହୁ, ଛାୟାକାନ୍ତ ନାଏକ, କାଶିନାଥ ଦାସଙ୍କ ସମେତ ଅନେକ ସାମ୍ୱାଦିକ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଓମ୍ ପ୍ରକାଶ ମାଝୀ ନିଜର ପାଟିରେ ବିଭିନ୍ନ ସ୍ୱର ଶୁଣାଇଥିଲେ । ସମ୍ୱାଦିକ ଡୋଳାମଣି ସାହୁ ଧନ୍ୟବାଦ ଦେଇଥିଲେ । ସେହିପରି ରୁପ୍ରାରୋଡ ଠାରେ ସାମ୍ୱାଦିକ ୟୁନିୟନ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe