ଭୁବନେଶ୍ୱର: ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହେବା ପରେ ସମ୍ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ସ୍ୱାସ୍ଥ୍ୟସେବା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏହି କ୍ରମରେ ମୋ ସରକାର ଟିମ୍ର ୨ୟ ଦଫା ଗସ୍ତ ପରେ ସ୍ୱାସ୍ଥ୍ୟସେବାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି।
ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଫୁଲବାଣୀରେ ମେଡିକାଲ କଲେଜ ଖୋଲିବ ଓ ଏହି ମେଡିକାଲ କଲେଜ ସହ ରହିବ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ।
ବର୍ତ୍ତମାନ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ମେଡିକାଲ୍ କଲେଜ ଖୋଲିବ। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି କରାଯିବ।
ତେବେ ‘ମୋ ସରକାର’ କାର୍ଯ୍ୟକ୍ରମ ଅନ୍ୟ ଦିଗକୁ ବି ସଂପ୍ରସାରଣ କରିବାର ଲକ୍ଷ୍ୟ ରଖାଯାଇଛି । ଡିସେମ୍ବର ୧ସୁଦ୍ଧା ‘ମୋ ସରକାର’ର ଆଉ ୫ଟି ବିଭାଗରକୁ ସଂପ୍ରସାରଣ କରାଯିବ । ଏଥିସହିତ ମାର୍ଚ୍ଚ ୫ସୁଦ୍ଧା ‘ମୋ ସରକାର’ର ସବୁ ବିଭାଗକୁ ସଂପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।
Follow Us