କୋରାପୁଟ ମେଡିକାଲ କଲେଜ ପିଛା ଛାଡୁନି ସମସ୍ୟା; ମିଳିଲାନି ମହାପ୍ରୟାଣ ଗାଡି, ଧାରଣାରେ ବସିଲେ ପରିବାରବର୍ଗ

Advertisment
କୋରାପୁଟ ମେଡିକାଲ କଲେଜ ପିଛା ଛାଡୁନି ସମସ୍ୟା; ମିଳିଲାନି ମହାପ୍ରୟାଣ ଗାଡି, ଧାରଣାରେ ବସିଲେ ପରିବାରବର୍ଗ

careers360

କୋରାପୁଟ: କେବେ ଯନ୍ତ୍ରାଶ ଅଞ୍ଚଳ ଯୋଗୁଁ ରୋଗୀ ଅନ୍ଧାର ରହୁଥିବାବେଳେ ତ କେବେ କାର୍ଡ ଜଗୁଛି ରୋଗୀଙ୍କ ଅଲ୍ଟାସାଉଣ୍ଡ ରିପୋର୍ଟ। ଅସ୍ଥାୟୀ କର୍ମଚାରୀଙ୍କ ବାରମ୍ବାର ଆନ୍ଦୋଳନ ଯୋଗୁଁ ଶିଶୁ ଓ ମାତୃ କଲ୍ୟାଣ ବିଭାଗରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ କୋରାପୁଟ ଶହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜର କତ୍ତୃପକ୍ଷ। ଏପରି ଏକ ଅଭାବନୀ ଘଟଣା ଆଜି ମଧ୍ୟ ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପୋଡାପଦର ଗ୍ରାମର ୱାନ‌ୋ ସାଉନ୍ତା (୭୦) ବୟସ୍କା ମହିଳା ତିନିଦିନ ହେବ ଏଠାକୁ ଆସି ଚିକିତ୍ସିତ ହେଉଥିଲେ। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ନେବାକୁ ମହାପରାୟଣ ଗାଡିକୁ ପରିବାରବର୍ଗ ଯୋଗାଯୋଗ କରିଥିଲେ।

ମେଡିକାଲ କଲେଜ ପକ୍ଷରୁ ପ୍ରଥମେ କୁହାଯାଇଥିଲା ଯେ ମେଡିକାଲ ପରିସରରେ ଗାଡି ନାହିଁ, ପରେ କୁହାଗଲା ଯେ ଗାଡିରେ ତେଲ ନାହିଁ ଏପରି କହି ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ଶବକୁ ପକାଇ ରଖିଲେ। ପରିବାରବର୍ଗ ବହୁ ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଶୁଣିନଥିଲେ। ପରେ ଦୀର୍ଘ ସମୟ ଶବ ପଡି ରହିବାରୁ ପରିବାରବର୍ଗ ମେଡିକାଲ କଲେଜ ସମ୍ମୁଖରେ ଶବ ରଖି ଦୁଇଘଣ୍ଟା କାଳ ଧାରଣା ଦେଇଥିଲେ। ହେଲେ ଏହାକୁ ଖାତିର କରି ନ ଥିଲେ ଏସଏଲଏନ ମେଡିକାଲ କଲେଜ କତ୍ତୃପକ୍ଷ। ପରେ ଘଟଣାଟି ତୀବ୍ର ହେବାରୁ ମେଡିକାଲ କଲେଜ ପରିଚାଳକ ଆସି ବୁଝାସୁଝା କରିଥିଲେ। ପରେ ଶବକୁ ମହାପରାୟଣ ଗାଡିରେ ଗାଁକୁ ପଠାଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe