ମେଡିକାଲ୍‌ରେ ମନା କରି ନର୍ସି˚ହୋମ୍‌ରେ ପ୍ରସବ କରାଇବା ଘଟଣା, ତନାଘନା ନାହିଁ; ଖସିଯିବେ ଅର୍ଥଲୋଭୀ ଡାକ୍ତର?

Advertisment

କେନ୍ଦ୍ରାପଡ଼ା: ପାଞ୍ଚ ହଜାର ଟଙ୍କା ନ ଦେବାରୁ ଜଣେ ପ୍ରସୂତି ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ରେଫର‌୍‌ କରିଦିଆଯିବାର ଅଭିଯୋଗ ଆସିଲା। ସ˚ପୃକ୍ତ ମହିଳା କଟକ ନ ଯାଇ କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସି˚ହୋମ୍‌ରେ ଭର୍ତ୍ତି ହେଲେ ଏବ˚ ସେଠାରେ ସୁରକ୍ଷିତ ଅବସ୍ଥାରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହେଲା। ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ଡାକ୍ତର ସରକାରୀ ହସ୍ପିଟାଲ୍‌ରେ ପ୍ରସୂତିଙ୍କୁ ଗୁରୁତର ଦର୍ଶାଇ କଟକ ରେଫର‌୍‌ କରିଥିଲେ, ସେହି ଡାକ୍ତର ନର୍ସି˚ହୋମ୍‌ରେ ଆସି ପ୍ରସବ କରାଇଥିବା ସ˚ପୃକ୍ତ ମହିଳାଙ୍କ ସ୍ବାମୀ ଜିଲ୍ଳାପାଳ ଓ ସିଡିଏମ୍‌ଓଙ୍କ ପାଖେ ଲିଖିତ ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ସ˚ପୃକ୍ତ ଡାକ୍ତରଙ୍କ ଏଯାଏ କୈଫିୟତ୍‌ ବି ମଗାଗଲା ନାହିଁ। ଗୋଟିଏପଟେ ସରକାର ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନ କରୁଥିବା ବେଳେ ଅନ୍ୟପଟେ ସରକାରୀ ଡାକ୍ତର ଗୁରୁତର ଦର୍ଶାଇ କଟକ ପଠାଉଥିବା ମହିଳାଙ୍କୁ କିଭଳି ପରବର୍ତ୍ତୀ ସମୟରେ ନିଜ ନୈତିକତାକୁ ଜଳାଞ୍ଜଳି ଦେଇ ନର୍ସି˚ହୋମ୍‌ରେ ଚିକିତ୍ସା କରି ଅର୍ଥ ଶୋଷଣ କରୁଛନ୍ତି, ତାହା ରାଜକନିକା ବ୍ଲକ୍‌ ତରାସ ଅଧିନ ଗୁଆଳି ଗାଁର ଜଗନ୍ନାଥ ମଳିଙ୍କ ପତ୍ନୀ ଅଲିଭା ମଳିକଙ୍କ ଘଟଣାରୁ ପଦାକୁ ଆସିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ଆଳରେ ନର୍ସି˚ହୋମ୍‌କୁ ପଠାଇ ଦିଆଯାଇ ସେଠାରେ କିଛି ନିର୍ଦ୍ଦିଷ୍ଟ ସରକାରୀ ଡାକ୍ତରଙ୍କ ଦ୍ବାରା ପ୍ରସବ କରାଯାଉଥିବା ଅଭିଯୋଗ ନୂହେଁ। ଅତୀତରେ ଅନେକ ଅଭିଯୋଗ ଏଭଳି ସାମ୍ନାକୁ ଆସିଛି। ହେଲେ ଦଳିତ ଅଲିଭା ମଳିକଙ୍କ ସହିତ ହୋଇଥିବା ଅନ୍ୟାୟ ସବୁ ସୀମା ଟପିଯାଇଛି। ଗତ ଡିସେମ୍ବର ୩୦ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଅଲିଭାଙ୍କୁ ଯେଉଁ ଡାକ୍ତର ଗୁରୁତର ଦର୍ଶାଇ କଟକ ରେଫର‌୍‌ କରିଥିଲେ, ସେହି ଡାକ୍ତର ସହରର ଅନ୍ୟ ଏକ ନର୍ସି˚ହୋମ୍‌ରେ ତାଙ୍କର ସୁରକ୍ଷିତ ପ୍ରସବ କରାଇଥିବା ସ୍ବାମୀ ଜଗନ୍ନାଥ ମଳିକ ସିଡିଏମ୍‌ଓଙ୍କ ପାଖେ ଅଭିଯୋଗ କରିବା ସହିତ ମେଡିକାଲ୍‌ରେ ପ୍ରାଥମିକ ସ୍ତରରେ ହୋଇଥିବା ଚିକିତ୍ସା ସ˚ପର୍କିତ କାଗଜପତ୍ର ଦେଇଛନ୍ତି।

କେବଳ ସେତିକି ନୁହେଁ, ପାଞ୍ଚ ହଜାର ଟଙ୍କା ଲାଞ୍ଚ ନ ଦେବାରୁ ପତ୍ନୀଙ୍କୁ ଗୁରୁତର ଦର୍ଶାଯାଇ କଟକ ପଠାଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ସିଡିଏମ୍‌ଓ ଡାକ୍ତର ଅନିତା ପଟ୍ଟନାୟକ କହିଛନ୍ତି ଯେ ଘଟଣାର ତଦନ୍ତ ଦାୟିତ୍ବ ଏଡିଏମ୍‌ଓ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ଏବ˚ ଡାକ୍ତର କିଶୋର ଆଚାର୍ଯ୍ୟଙ୍କୁ ଦିଆଯାଇଛି। ହେଲେ ବିଡ଼ମ୍ବନାର ବିଷୟ ହେଉଛି ଯେ ଘଟଣାକୁ ଦୁଇ ସପ୍ତାହ ପୂରିବାକୁ ବସିଥିଲେ ବି ଘଟଣାର ତଦନ୍ତ ଆଗକୁ ବଢ଼ିପାରିନାହିଁ। ପ୍ରଶ୍ନ ଉଠୁଛି ଯେ କାହିଁକି ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରାଯାଉନାହିଁ? କିଏ ସେହି ଅର୍ଥଲୋଭୀ ସରକାରୀ ଡାକ୍ତର, ଯିଏ ଗୁରୁତର ଦର୍ଶାଇବା ପରେ ଯାଇ ନର୍ସି˚ହୋମ୍‌ରେ ଟଙ୍କା ପାଇଁ ପ୍ରସବ କରାଇଲେ? ଅଭିଯୋଗକାରୀ ଯେତେବେଳେ ଅଭିଯୋଗପତ୍ରରେ ନର୍ସି˚ହୋମ୍‌ରେ ଚିକିତ୍ସା କରିଥିବା ସ˚ପୃକ୍ତ ସରକାରୀ ଡାକ୍ତରଙ୍କ ନାଁଠୁ ନେଇ ମେଡିକାଲ୍‌ରୁ ଡିସଚାର୍ଜ ହୋଇଥିବାର ପ୍ରମାଣଯୋଗ୍ୟ ରିପୋର୍ଟ ସିଡିଏମ୍‌ଓଙ୍କୁ ଦେଇ ସାରିଛନ୍ତି, ସେତେବେଳେ ଆଉ କି’ ପ୍ରମାଣ ଖୋଜୁଛନ୍ତି ତଦନ୍ତ ଅଧିକାରୀ? କାହିଁକି ସ˚ପୃକ୍ତ ଡାକ୍ତରଙ୍କୁ ଥରେ ଡାକି ଘଟଣା ସ˚କ୍ରାନ୍ତରେ ତଦନ୍ତ ଅଧିକାରୀ ପଚାରୁ ନାହାନ୍ତି। ଲାଞ୍ଚ ନ ମିଳିଲେ ମେଡିକାଲ୍‌କୁ ଆସୁଥିବା ଗରିବ ରୋଗୀଙ୍କୁ କ'ଣ ଏମିତି ନର୍ସି˚ହୋମ୍‌ରେ ଶୋଷଣ କରିବାକୁ ଛାଡ଼ି ଦିଆଯିବ? କର୍ତୃପକ୍ଷ ଯଦି ଏଭଳି ଏକ ସ˚ଗିନ ଘଟଣାର ତଦନ୍ତ କରି ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେନି, ତା'ହେଲେ ଧରିନେବାକୁ ପଡ଼ିବ ଯେ ମେଡିକାଲ୍‌ରୁ ନର୍ସି˚ହୋମ୍‌କୁ ନେବା ପାଇଁ ଏକ ସ˚ଗଠିତ ଦଲାଲ ରୢାକେଟ୍‌ କାମ କରୁଛି।
ଅନ୍ୟପକ୍ଷରେ ତଦନ୍ତ ଅଧିକାରୀ ଏଡିଏମ୍‌ଓ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କ କହିବା କଥା ହେଉଛି ଯେ ସିଡିଏମ୍‌ଓଙ୍କ ତଦନ୍ତ ନିର୍ଦେଶ ପରେ ସ˚ପୃକ୍ତ ପୀଡ଼ିତା ମହିଳାଙ୍କୁ ଡାକି ପଚରାଉଚରା କରାଯାଇଛି। ସ˚ପୃକ୍ତ ମହିଳାଙ୍କ ମଧୢ ନର୍ସି˚ହୋମ୍‌ରେ ବିଜୁ ସ୍ମାର୍ଟ କାର୍ଡରେ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି। ହେଲେ କୋଭିଡ୍‌ ମୁକାବିଲା ପ୍ରସ୍ତୁତିରେ ବ୍ୟସ୍ତତା ଥିବା କାରଣରୁ ତଦନ୍ତ ଆଗକୁ ବଢ଼ିପାରିନାହିଁ। ନିଶ୍ଚିତ ରୂପେ ମେଡିକାଲ୍‌ରେ ଚିକିତ୍ସା କରାନଯାଇ ନର୍ସି˚ହୋମ୍‌ ପଠାଯିବା ଏକ ଗୁରୁତର ଘଟଣା। ଖୁବ୍‌ଶୀଘ୍ର ଘଟଣାର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ସିଡିଏମ୍‌ଓଙ୍କୁ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe