ଚିକିତ୍ସାରେ ଅବହେଳା: ୫ମାସ ଶିଶୁକନ୍ୟାଙ୍କ ମୃତ୍ୟୁ ନେଇ ପରିବାର ସଦସ୍ୟଙ୍କ ଧାରଣା

Advertisment

ଡାକ୍ତରଖାନାରେ ଚିକିତ୍ସା ନ ମିଳିବାରୁ ଜଣେ ୫ ମାସ ଶିଶୁକନ୍ୟାଙ୍କର ଜୀବନ ଯାଇଛି। ଚିକିତ୍ସାରେ ଅବହେଳା ପ୍ରତିବାଦରେ ମେଡିକାଲ ସମ୍ମୁଖରେ ପରିବାର ସଦସ୍ୟ ଧାରଣାରେ ବସିଛନ୍ତି । ଉଦଳା ମେଡିକାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଡାକ୍ତରଖାନାରେ ଚିକିତ୍ସା ନ ମିଳିବାରୁ ଜଣେ ୫ ମାସ ଶିଶୁକନ୍ୟାଙ୍କର ଜୀବନ ଯାଇଛି। ଚିକିତ୍ସାରେ ଅବହେଳା ପ୍ରତିବାଦରେ ମେଡିକାଲ ସମ୍ମୁଖରେ ପରିବାର ସଦସ୍ୟ ଧାରଣାରେ ବସିଛନ୍ତି । ଉଦଳା ମେଡିକାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

9aaaa

ମୟୂରଭଞ୍ଜ: ଡାକ୍ତରଖାନାରେ ଚିକିତ୍ସା ନ ମିଳିବାରୁ ଜଣେ ୫ ମାସ ଶିଶୁକନ୍ୟାଙ୍କର ଜୀବନ ଯାଇଛି। ଚିକିତ୍ସାରେ ଅବହେଳା ପ୍ରତିବାଦରେ ମେଡିକାଲ ସମ୍ମୁଖରେ ପରିବାର ସଦସ୍ୟ ଧାରଣାରେ ବସିଛନ୍ତି । ଉଦଳା ମେଡିକାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ,  କପ୍ତିପଦା ଥାନା ଦେୱାନବାହାଳି ଗ୍ରାମର ମଧୁସୂଦନ ରାଉତଙ୍କ ୫ ମାସର ଶିଶୁକନ୍ୟାକୁ ବୁଧବାର ଆଶା ଦିଦି ଟୀକା ଦେଇଥିଲେ। ଟିକା ନେବାର କିଛି ଘଣ୍ଟା ପରେ ଶିଶୁଟି ଅସୁସ୍ଥ ହେବାକୁ ଆରମ୍ଭ କରିଥିଲା।

ରାତିରେ ଶିଶୁଟିର ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଉଦଳା ମେଡିକାଲକୁ ନେଇଥିଲେ। ମେଡିକାଲରେ ପହଞ୍ଚି ଆଉଟଡୋରରେ ଦେଖାଇବା ପରେ ମେଡ଼ିସିନ ୱାର୍ଡକୁ ଡାକ୍ତର ପଠାଇ ଦେଇଥିଲେ। 

ଦୀର୍ଘ ସମୟ ଧରି ମେଡ଼ିସିନ ୱାର୍ଡରେ ଶିଶୁକନ୍ୟାଙ୍କୁ ପରିବାର ସଦସ୍ୟ ଧରି ବସିଥିଲେ ମଧ୍ୟ କୌଣସି ନର୍ସଙ୍କ ଦେଖା ମିଳି ନ ଥିଲା। ନର୍ସ ଆସିଲାବେଳକୁ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏଭଳି ଅବହେଳାକୁ ନେଇ ଗୁରୁବାର ସକାଳୁ ପରିବାର ଲୋକେ ଶିଶୁକନ୍ୟାଙ୍କର ମୃତଦେହ ଧରି ମେଡିକାଲ ସମ୍ମୁଖରେ ଧାରଣାରେ ବସିଛନ୍ତି। ପରିବାର ସଦସ୍ୟ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe