ସମ୍ବଲପୁର ବିଶ୍ୱବିଦ୍ୟାଳୟ: ମେଡିକାଲ ଫିଜିକ୍ସ ପାଠ୍ୟକ୍ରମକୁ ‘ଏଇଆରବି’ ମାନ୍ୟତା ଦାବିରେ ପଦାର୍ଥ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଅନଶନ ଜାରି

Advertisment
ସମ୍ବଲପୁର ବିଶ୍ୱବିଦ୍ୟାଳୟ: ମେଡିକାଲ ଫିଜିକ୍ସ ପାଠ୍ୟକ୍ରମକୁ ‘ଏଇଆରବି’ ମାନ୍ୟତା ଦାବିରେ ପଦାର୍ଥ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଅନଶନ ଜାରି

ସମ୍ବଲପୁର, ୧୦ଯ୧୨ (ଇମିସ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ମେଡିକାଲ ଫିଜିକ୍ସ ବିଭାଗର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବୁଧବାର ୫ମ ଦିନରେ ଜାରି ରହିଛି। ଫିଜିକ୍ସ ପାଠ୍ୟକ୍ରମକୁ ‘ଏଇଆରବି’ ମାନ୍ୟତା ଦାବିରେ ପଦାର୍ଥ ବିଜ୍ଞାନ ଛାତ୍ରଛାତ୍ରୀମାନେ ଏହି ଅନଶନ କରିଛନ୍ତି। ଛାତ୍ରାଛାତ୍ରୀମାନେ କହିଛନ୍ତି, ଏଇଆରବି ମାନ୍ୟତା ପାଇଁ ଆମେ ଚେୟାରମ୍ୟାନ, କୁଳପତି ଓ ରାଜ୍ୟପାଳଙ୍କୁ ଭେଟିଛୁ। ମାତ୍ର ଏଥିରେ କୌଣସି ଲାଭ ହେଲା ନାହିଁ। ତେଣୁ ବାଧ୍ୟ ହୋଇ ଅନଶନରେ ବସିଛୁ।

publive-image

ଶାନ୍ତିପୂର୍ଣ୍ଣ ଧାରଣା ପରେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ମଙ୍ଗଳବାର ଏହି ବିଦ୍ୟାର୍ଥୀମାନେ ପଦାର୍ଥ ବିଜ୍ଞାନ ବିଭାଗରେ ସାଢେ ୪ ଘଣ୍ଟା ଧରି ତାଲା ପକାଇ ଦେଇଥିଲେ। ପୁଲିସ ପହଞ୍ଚି ତାଲା କାଟି ବିଭାଗୀୟ ମୁଖ୍ୟ ଓ ଅନ୍ୟ ଅଧ୍ୟାପକମାନଙ୍କୁ ଉଦ୍ଧାର କରଥିଲା। ମାତ୍ର ଏହାପରେ ମଙ୍ଗଳବାର ସଂଧ୍ୟାରୁ ବିଦ୍ୟାର୍ଥୀମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏହି ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ି ଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଯେଉଁ ଅର୍ଥ ଓ ସମୟ ଅପଚୟ ହେଲା ତାହାର ଭରଣା କିଏ କରିବ ବୋଲି ବୁଦ୍ଧିଜୀବୀମନେ ପ୍ରଶ୍ନ କରିଛନ୍ତି।

publive-image

ଲଗାତାର ଚାରି ଦିନ ଧରି ଶାନ୍ତିପୂର୍ଣ୍ଣ ଧାରଣା ଦେଇ ଆସୁଥିବା ମେଡିକାଲ ଫିଜିକ୍ସ ବିଭାଗର ବିଦ୍ୟାର୍ଥୀଙ୍କ ମଙ୍ଗଳବାର ଧୈଯ୍ୟଚ୍ୟୁତି ହୋଇଥିଲା। ଆମ ଜୀବନ ସହ ଖେଳ କ’ଣ ପାଇଁ? ଏଇଆରବି ମାନ୍ୟତା ଯଦି ନଥିଲା ତେବେ ପାଠ୍ୟକ୍ରମ କାହିଁକି ଖୋଲିଲ? ଅନ୍ୟାୟ କିଏ କରିଛି, ଜବାବ ଦିଅ? କିଏ କାନ୍ଦି କାନ୍ଦିତ କିଏ ଉତ୍ତେଜିତ ହୋଇ ଏଭଳି ପ୍ରଶ୍ନ କରୁଥିଲେ ସେମାନେ। ଏ ସଂପର୍କରେ କିଛି ବିଦ୍ୟାର୍ଥୀ ଗଣମାଧ୍ୟମକୁ କହିଥିଲେ, ପାଠ୍ୟକ୍ରମକୁ କିଭଳି ଏଇଆରବି ମାନ୍ୟତା ମିଳିବ ସେଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଠୋସ ପଦକ୍ଷେପ ନିଆଯିବ ବୋଲି ସେମାନେ ଆଶା ରଖି ଆନ୍ଦୋଳନ କରୁଥିଲେ। ଏଇଆରବି କିମ୍ବା ବାର୍କ ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଣିଥରେ ଯୋଗାଯୋଗ କରିବେ ବୋଲି ସେମାନଙ୍କ ବିଶ୍ୱାସ ଥିଲା। ମାତ୍ର ସେହିଭଳି କିଛି ହେଲା ନାହିଁ। ବରଂ ୧୨ ତାରିଖ ମଧ୍ୟରେ ବିକଳ୍ପ ପାଠ୍ୟକ୍ରମ ବାଛିବାକୁ ସେମାନଙ୍କୁ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe