ଅବିଭକ୍ତ କୋରାପୁଟ ଜିଲ୍ଲାର ଦିଶାରୀ, ଔଷଧୀୟ ଉତ୍ପାଦନକାରୀ, କ୍ରେତା ଓ ବିକ୍ରେତାଙ୍କୁ ନେଇ କର୍ମଶାଳା

Advertisment
ଅବିଭକ୍ତ କୋରାପୁଟ ଜିଲ୍ଲାର ଦିଶାରୀ, ଔଷଧୀୟ ଉତ୍ପାଦନକାରୀ, କ୍ରେତା ଓ ବିକ୍ରେତାଙ୍କୁ ନେଇ କର୍ମଶାଳା

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଔଷଧୀୟ ବୃକ୍ଷ ଉତ୍ପାଦନକାରୀ ଚାଷୀ, ଦିଶାରୀ, ଜୈବବିବିଧତା ପରିଚାଳନା କମିଟିର ସଦସ୍ୟ, ଆୟୁର୍ବେଦିକ ଔଷଧ ବିକ୍ରେତା ଓ କେତ୍ରା ସହିତ ବନଖଣ୍ଡର ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ସରକାରୀ ସଂସ୍ଥାର କର୍ମଚାରୀମାନଙ୍କୁ ନେଇ ସ୍ଥାନୀୟ ଫୁଲବାଡ଼ ସ୍ଥିତ ବିଜୁ ପଟ୍ଟନାୟକ କୃଷି ଜୈବବିବିଧତା କେନ୍ଦ୍ର ଠାରେ ଚ଼ାରି ଦିନିଆ କର୍ମଶାଳା ଆଜି ଉଦଘାଟିତ ହୋଇଛି।

ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଓ ଜଙ୍ଗଲ ବିଭାଗର ଜୟପୁର ବନଖଣ୍ଡ , ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇଛି। ଏଥିରେ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ନିର୍ଦ୍ଦେଶିକା ଡ଼ଃ ଆର୍. ଭି. ଭବାନୀ, ପରିବେଶବିତ ଡ଼ଃ ପ୍ରକାଶ ଚନ୍ଦ୍ର ଜେନା , ଅତିରିକ୍ତ ବନ ସଂରକ୍ଷକ ସୁବାସ ଚ଼ନ୍ଦ୍ର ଖୁଣ୍ଟିଆ ଓ ବିଭୁଦତ୍ତ ମିଶ୍ର ଭାଗ ନେଇଥିଲେ। ଏହା ସହିତ ଭର୍ଚୁଆଲ୍ ମାଧ୍ୟମରେ ଓଡ଼ିଶା ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡର ଅତିରିକ୍ତ ପିସିସିଏଫ୍ ଡ଼ଃ ପି.କେ.ଝା, କୋରାପୁଟ ଆଞ୍ଚଳିକ ମୁଖ୍ୟ ବନଖଣ୍ଡ ଅଧିକାରୀ ସୁଦିପ୍ତ ଦାସ, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଆଇ. ରାମବ୍ରହ୍ମନ୍, ଏମ୍. ଏସ୍. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ କେ.ସ୍. ମୂରଲୀ ଓ ନାଲକୋ ଦାମୋନଯୋଡ଼ିର କାର୍ଯ୍ୟନିର୍ବାହି ଅଧିକାରୀ ଡ଼ଃ ରବିଶଙ୍କର ଦାସ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।

ପ୍ରଥମରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ, ନିଜର ଜୀବନଜିବିକା ସହ ଅର୍ଥ ଆୟ ହେବା ସହ ଔଷଧୀୟ ବୃକ୍ଷ ବି ବଢ଼ିଥାଏ। ଏହା ସହ ଆର୍ୟୁବେଦିକ ଔଷଧ ପ୍ରସ୍ତୁତ କରି ଆସୁଥିବା କଂପାନିକୁ କଂଚାମାଲ ଯୋଗାଇ କଂପାନି ବି ବଂଚିଥାଏ ବୋଲି ଏମାନେ ମତବକ୍ତ କରିଥିଲେ। ତେବେ ସଂପ୍ରତି ଏଲୋପ୍ୟାଥି ଔଷଧକୁ ଯେଭଳି ପ୍ରଚାର ଓ ପ୍ରସାର କରାଯାଉଛି ସେଭଳି ଆର୍ୟୁବେଦିକ ଔଷଧକୁ କରିବା ଆବଶ୍ୟକ। ସଂପ୍ରତି କରୋନା ସମୟରେ ପ୍ରତ୍ୟେକ ଘରେ ଘରେ ଆର୍ୟୁବେଦିକ ଔଷଧ ଲୋକେ ବ୍ୟବହାର କରିଛନ୍ତି ଏବଂ ଏହାର ମାତ୍ରା ବି ବୃଦ୍ଧି ପାଇବାରେ ଲାଗିଛି ବୋଲି ଏମାନେ କହିଥିଲେ।

୨୦୦୭ମସିହାରୁ ଅନୁଷ୍ଠାନ ଆରମ୍ଭ ହୋଇ ଔଷଧୀୟ ବୃକ୍ଷର ସୁରକ୍ଷା ସହ ଅଂଚଳର ପାରମ୍ପରିକ ଦେଶୀ ବିହନର ସୁରକ୍ଷା ଦିଗରେ କାମ କରି ଆସୁଛି। କୋରାପୁଟଜିଲ୍ଲା ସହ ଏବଂ ରାୟଗଡା, ଗଂଜାମ ଜିଲ୍ଲାରେ ବି ଅନୁଷ୍ଠାନ ଔଷଧୀୟ ବୃକ୍ଷ, ପାରମ୍ପରିକ ଧାନ, ମାଣ୍ଡିଆ ଆଦିର ସୁରକ୍ଷା ଦିଗରେ କାମ କରି ଆସୁଛି ବୋଲି ଫାଉଣ୍ଡେସନର ନିର୍ଦ୍ଦେଶିକା ସୂଚନା ଦେଇଥିଲେ।

ଅତିରିକ୍ତ ବନସଂରକ୍ଷକ ମିଶ୍ର କର୍ମଶାଳାର ଉଦେଶ୍ୟ ସଂପର୍କରେ ସାମ୍ୟକ ସୂଚନା ପ୍ରଦାନ କରିଥିଲେ। ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜୈବବିବିଧତା ; ପରିବେଶବିତ୍ ଡ଼ଃ. ପି. କେ. ଜେନା ଜୈବ ବିବିଧତା ଓ ଏହାର ଗୁରୁତ୍ୱ ସମ୍ୱନ୍ଧରେ ଆଲୋକପାତ କରିଥିଲେ। । ଏହି ପରିପେକ୍ଷୀରେ ବିଭିନ୍ନ ପ୍ରକାର ଜଡ଼ିବୁଟିର ଏକ ପ୍ରଦର୍ଶନୀକୁ ଅତିଥିମାନେ ଉଦଘାଟନ କରିଥିଲେ।

ସଂଯୋଜକ ପ୍ରଶାନ୍ତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସ୍ୱାମୀନାଥନ୍ ସଂସ୍ଥାର ବୈଜ୍ଞାନିକ ଡଃ କାର୍ତ୍ତିକ ଚ଼ରଣ ଲେଙ୍କା, ଜୟପୁର ଡିଏଫ୍ଓ ଏନ୍. ଏସ୍. ଜେ. ପି. ସିଂହ ପରିଚାଳନା କରିଥିଲେ। ଏହି ଅବସରରେ ଅଭିବକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଚାଷୀ ଓ ଦିଶାରୀମାନେ ସଂରକ୍ଷଣ କରି ରଖିଥିବା ଦେଶୀୟ ଓ ବିଲୁପ୍ତ ପ୍ରାୟ ଜୈବ ସମ୍ୱଳ, ଚେରମୂଳୀ, ଔଷଧୀୟ ବୃକ୍ଷ ପୁରୁଣା ତାଳ ପାଞ୍ଜି, ମାଣ୍ଡିଆ ଜାତୀୟ ଫସଲଗୁଡିକୁ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe