ଜଗନ୍ନାଥ ସାଗର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ୩୦ଟି ଅନୁଷ୍ଠାନର ମିଳିତ ବୈଠକ

Advertisment
ଜଗନ୍ନାଥ ସାଗର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ୩୦ଟି ଅନୁଷ୍ଠାନର ମିଳିତ ବୈଠକ

ଜୟପୁର: ଜଗନ୍ନାଥ ସାଗରର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ଆରମ୍ଭ ହୋଇଛି ‘‘ମୋ ଜଗନ୍ନାଥ ସାଗର’’ ଟ୍ରଷ୍ଟ। ଏହାର ଦ୍ବିତୀୟ ବୈଠକ ରଜନୀକାନ୍ତ ନାୟକଙ୍କ ଆହ୍ବାନକ୍ରମେ ସାଗର ପାର୍ଶ୍ବସ୍ଥ ପାର୍କରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ସହରର ୩୦ଟି ସାମାଜିକ,ଆଧ୍ୟାତ୍ମିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ। ଏଥିରେ ସାଗରର ପଙ୍କ, ଦଳ ଉଦ୍ଧାର, ସାଗର ସହ ମିଶୁଥିବା ସମସ୍ତ ନାଳକୁ ବନ୍ଦ କରିବା, ସାଗର ଚାରି ପାର୍ଶ୍ବର ଜବରଦଖଲକାରୀଙ୍କୁ ଉଚ୍ଛେଦ, ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ, ସଂଗଠନ ,ଅନୁଷ୍ଠାନ ଆଦିକୁ ସାମିଲ କରିବା ଉପରେ ଆଲୋଚନା ହୋଇଥିଲା।

ଗତ କିଛି ଦିନ ତଳେ ରଜନୀକାନ୍ତ ନାୟକଙ୍କ ସହ ଅନ୍ୟ ସଭ୍ୟମାନେ ପଡୋଶୀ ରାଜ୍ୟ ଛତିଶଗଡର ଜଗଦଲପୁରର ଦଳପତିସାଗରରେ କିଭଳି ପଙ୍କ ଓ ଦଳ ଆଦି ଦଳ ସଫା ଯନ୍ତ୍ର ଦ୍ବାରା କରାଯାଇ ସୁରକ୍ଷା ଦିଆଯାଉଛି ତାହା ଦେଖି ଆସିଥିବା ସଂପର୍କରେ ଆଲୋଚନା କରିଥିଲେ। ଆସନ୍ତା ରବିବାର ଦିନ ରାଜନହରଠାରୁ ବସଷ୍ଟାଣ୍ଡ ଛକ ପର୍ଯ୍ୟନ୍ତ ପ୍ଲାକାର୍ଡ ଧରି ସହରରେ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଥିଲା।

ଏଥିରେ ନିରଂଜନ ପାଣିଗ୍ରାହୀ, ସତୀଶ ନନ୍ଦ, ବି,ଚନ୍ଦ୍ର ଶେଖର, କାଳୀଚରଣ ଦେବଶର୍ମା, ସୁବାସ ପଣ୍ଡା, ଡିଭାଇନ୍ ଲାଇଫର ଅନିଲ ମହାପାତ୍ର, ଲୟନସ କ୍ଲବର ମୀନକେତନ ଦାଶ, ଧନ ହରିଜନ, ପଦ୍ମନ ହରିଜନ, ହର ମିଶ୍ର, ପ୍ରତାପ ପଟ୍ଟନାୟକ, ପ୍ରଦୀପ୍ତ ସାହୁ, କୁଂଜ ବିହାରୀ ଲମତା, ଅନି ପଟ୍ଟନାୟକ, ଖେମ ହରିଜନ,ମୟଙ୍କ ଅଗ୍ରୱାଲ, ସୁରେଶ ମହାନ୍ତି, ଦାଶରୀ ହରିଜନ ପ୍ରମୁଖଙ୍କ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe