ଭଦ୍ରକ ଜିଲ୍ଲା ଖାଉଟି ଅଦାଲତକୁ ଯାଜପୁର ସ୍ଥାନାନ୍ତର ଚକ୍ରାନ୍ତକୁ କରାଯିବନି ବରଖାସ୍ତ

Advertisment
ଭଦ୍ରକ ଜିଲ୍ଲା ଖାଉଟି ଅଦାଲତକୁ ଯାଜପୁର ସ୍ଥାନାନ୍ତର ଚକ୍ରାନ୍ତକୁ କରାଯିବନି ବରଖାସ୍ତ

Sambad

ଭଦ୍ରକ: ‘ଖାଉଟି ଆଇନରେ ଆସିଥିବା ସଂସ୍କାର ଏବଂ ଏହି ଆଇନର ଉପାଦେୟତା’ ଶିର୍ଷକ ଆଲୋଚନାଚକ୍ର ଆଜି ଭାଗବତ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଖାଉଟି କମିସନ ଦ୍ବାରା ଆୟୋଜିତ ଏହି ଆଲୋଚନା ଚକ୍ରର ସଭାପତିତ୍ବ କରିଥିଲେ। ଭଦ୍ରକ ଜିଲ୍ଲା ଖାଉଟି କମିସନର ଶିବପ୍ରସାଦ ମହାନ୍ତି। ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଅଧିବକ୍ତା ତଥା ଭଦ୍ରକ ଓକିଲ ସଂଘର ନବ ନିର୍ବାଚିତ ସଭାପତି ନିରାକାର ଜେନା, ସମ୍ମାନିତ ବକ୍ତା ଭାବେ ଭଦ୍ରକ ଓକିଲ ସଂଘର ନବନିର୍ବାଚିତ ସମ୍ପାଦକ ଦିବ୍ୟସିଂହ ନାୟକ। ଭଦ୍ରକ ଜିଲ୍ଲା ଖାଉଟି ଅଦାଲତକୁ ଯାଜପୁର ସ୍ଥାନାନ୍ତର କରାଯିବା ପାଇଁ ଯେଉଁ ଚକ୍ରାନ୍ତ ହେଉଛି ତାକୁ ବରଖାସ୍ତ କରାଯିବନି ବୋଲି ଆଜି ଆଲୋଚନା ଚକ୍ରରେ ବକ୍ତାମାନେ ମତ ଦେଇଥିଲେ।

ଏହି ଆଲୋଚନା ଚକ୍ରରେ ୨୦୧୯ ମସିହାରେ ସଂସୋଧିତ ନୂଆ ଖାଉଟି ଆଇନର ସୁଦୁରପୋଯୋଗ ବିଷୟରେ ବିଶେଷ ଆଲୋକପାତ କରାଯିବା ସହ ଭଦ୍ରକ ଜିଲ୍ଲା ଖାଉଟି ଫୋରମରେ ଆବଶ୍ୟକ ସଂଖ୍ୟକ ମାମଲା ନଥିବାରୁ ସରକାରି ନିଷ୍ପତ୍ତି ଅନୁଯାୟୀ ଏହାକୁ ନିକଟସ୍ଥ ଜିଲ୍ଲା ଯାଜପୁର ଖାଉଟି କମିସନ ସହ ମିଶାଇ ଦେବା ପାଇଁ ବାଧ୍ୟ ହେବେ। ଏଥିପାଇଁ ବ୍ୟାପକ ଜନ ସଚେତନତା ଆବଶ୍ୟକ ରହିଛି ବୋଲି ବକ୍ତାମାନେ ମତ ଦେଇଛନ୍ତି। ଏହି ଆଲୋଚନାଚକ୍ରରେ ଅଧିବକ୍ତା ପର୍ଶୁରାମ ଦ୍ବିବେଦୀ, ଗଦାଧର ବଳ, ଗିରିଧାରି ନାଥ, ବିଜନ ଜେନା, ଜିତେନ କୁମାର ପଣ୍ଡା, ବିଷ୍ଣୁମୋହନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଜାମିନିକାନ୍ତ ନାୟକ, ଜଗତବନ୍ଧୁ ଅଗସ୍ତି ପ୍ରମୁଖ ବହୁ ଆଇନଜୀବୀ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe