ଖୋର୍ଦ୍ଧା ପଞ୍ଚାୟତ ସମିତି ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

Advertisment
ଖୋର୍ଦ୍ଧା ପଞ୍ଚାୟତ ସମିତି ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

Sambad

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯିବା ସହ ୨୦୨୨-୨୩ ପାଇଁ ଅନୁଦିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଆଜି ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ବ୍ଲକର ମନରେଗା, ଅମୃତ ସରୋବର, ପ୍ରଧାନମନ୍ତ୍ରୀ ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଆଦି ଯୋଜନା ଅନୁଦିତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ ଅଧ୍ୟକ୍ଷତା କରିଥିଲେ। ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପଞ୍ଚାୟତ ସମିତି ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟଙ୍କ ସମେତ ପଞ୍ଚାୟତ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଜିଆର୍ଏସ୍ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ସକାଳ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଚାଲିଥିଲା। ବୈଠକରେ ଅଧାପନ୍ତରିଆ ହୋଇ ପଡ଼ିଥିବା ମନରୋଗ ଯୋଜନା ଅନୁଦିତ ପ୍ରକଳ୍ପ, ଅମୃତ ସରୋବର ଯୋଜନାର ୯ଟି ପ୍ରକଳ୍ପରୁ କେବଳ ଗୋଟିଏ ପ୍ରକଳ୍ପ ଶେଷ ହୋଇଥିବା ନେଇ ଜିଲ୍ଲା ପରିଷଦ ସଭାପତି ଉଦ୍ବେଗ ପ୍ରକାଶ କରିଥିଲେ। ବିଧାୟକ ଶ୍ରୀମିତ୍ର କହିଥିଲେ ଯଦି କାର୍ଯ୍ୟାନ୍ୱୟନ ଦିଗରେ ପ୍ରାଶାସନିକ ବ୍ୟବସ୍ଥାରେ କୌଣସି ସମସ୍ୟା ଥିଲେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏହା ସହ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ସାରିବାକୁ କନିଷ୍ଠ ଯନ୍ତ୍ରୀମାନଙ୍କୁ ତାଗିଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe