ବେସରକାରୀ ଅନୁଦାନ ଓ ଅଣଅନୁଦାନ ମହାବିଦ୍ୟାଳୟ ଶିକ୍ଷକ-କର୍ମଚାରୀ ସଂଘର ବୈଠକ

ଦାବି ପୁରଣ ନହେଲେ ଆନ୍ଦୋଳନରେ ଯୋଗ ଦେବେ ଛାତ୍ରଛାତ୍ରୀ

ବେସରକାରୀ ଅନୁଦାନ ଓ ଅଣଅନୁଦାନ ମହାବିଦ୍ୟାଳୟ ଶିକ୍ଷକ-କର୍ମଚାରୀ ସଂଘର ବୈଠକ

Sambad

ଖୋର୍ଦ୍ଧା: ୨୦୦୮ରୁ ରାଜ୍ୟ ସରକାର ବିଭିନ୍ନ ବେସରକାରୀ ଅନୁଦାନ ଓ ଅଣଅନୁଦାନ ମହାବିଦ୍ୟାଳୟର କାମ କରୁଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ପ୍ରତାରଣା କରି ଚାଲିଛନ୍ତି। ଯଦି ସେମାନଙ୍କ ଦାବି ପୁରଣ ନହୁଏ ତେବେ ଆଗାମୀ ଦିନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ରାଜ୍ୟ ବେସରକାରୀ ଅନୁଦାନ ଓ ଅଣଅନୁଦାନ ମହାବିଦ୍ୟାଳୟ ଶିକ୍ଷକ-କର୍ମଚାରୀ ସଂଘର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ବେସରକାରୀ ଅନୁଦାନ ଓ ଅଣଅନୁଦାନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଂଘ ପକ୍ଷରୁ ବୈଠକ ସମ୍ପର୍କରେ କୁହାଯାଇଛି ଯେ ୨୦୧୩ ନଭେମ୍ବର ୩୦ ପରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସେଲ୍ଫ୍- ଫାଇନାନ୍ସ ବ୍ୟବସ୍ଥାରେ ପରିଚାଳିତ ହେବ। ଏହାପୂର୍ବରୁ ଯେଉଁମାନେ ନିଯୁକ୍ତି ପାଇଥିବେ ସେମାନଙ୍କୁ ଜିଆଇଏ ମାନ୍ୟତା ମିଳିବ। ଏହାପରେ ୨୦୧୯ରେ ରାଜ୍ୟ ସରକାର ୨୦୦୮ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀଙ୍କ ତଥ୍ୟ ମାଗିଥିଲେ। ତଥ୍ୟାନୁସାରେ ବ୍ୟୟ ଅଟକଳ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏନେଇ ସରକାର ୨୦୨୦ ଫେବ୍ରୁଆରୀ ୬ ତାରିଖରେ ସଂଘ ସହ ଆଲୋଚନା କରିଥିଲେ। କିନ୍ତୁ ଅଲୋଚନାରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହୋଇନଥିଲା। ଏହା ବିରୋଧରେ ସଂଘ ଆନ୍ଦୋଳନ କରିଥିଲା।

ଆନ୍ଦୋଳନ ପରେ ରାଜ୍ୟ ସରକାର ୨୦୨୨ ନଭେମ୍ବର ୨୩ରେ ପୁଣି ମହାବିଦ୍ୟାଳୟ ଓ ବିଦ୍ୟାଳୟ ୱାରୀ ଜିଇଆର୍ ତଥ୍ୟା ମାଗିଥିଲେ। ସଂଘ ପକ୍ଷରୁ ତଥ୍ୟ ଦିଆଯିବା ପରେ ପୂର୍ବ ନିର୍ଦେଶକୁ ୨୮ ଜୁନ୍ ୨୦୨୩ରେ ପ୍ରତ୍ୟାହର କରି ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ହେବ ବୋଲି କହିଥିଲେ। ଏହି କମିଟି ୪ ମାସରେ ୪ ଥର ବସିଥିଲେ ମଧ୍ୟରେ ସେମାନଙ୍କ ଦାବି ପୁରଣ ହୋଇ ପାରିନାହିଁ। ଯଦି ସେମାନଙ୍କ ଦାବି ଏହିଥର ପୁରଣ ନହୁଏ ତେବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏହି ବୈଠକରେ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ଡଃ. ସୂର୍ଯ୍ୟନାରାୟଣ ପଣ୍ଡା, ସମ୍ପାଦକ ଡଃ. ସୁକାନ୍ତ ବେହେରା, ଯୁଗ୍ମ ସମ୍ପାଦିକ ଲକ୍ଷ୍ମୀପ୍ରିୟା ସ୍ୱାଇଁ, କୋଷାଧ୍ୟକ୍ଷ ସୁଶୀଲ କୁମାର ମହାପାତ୍ର, ଆବାହକ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, କବିତା ସ୍ୱାଇଁ, ଡଃ. ସୁକାନ୍ତୀ ମହାପାତ୍ର, ଅଜିତ କୁମାର ଦାଶ, ବନ୍ଧନ ସାହୁ, ନିରଞ୍ଜନ ମାଟି ପ୍ରମୁଖଙ୍କ ସହ ବିଭିନ୍ନ ମହାବିଦ୍ୟାଳୟର ଶହେରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe